କନକ ବ୍ୟୁରୋ: ରାଜ୍ୟରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କଲା ବିଜେଡି। ଭୁବନେଶ୍ୱର ମେଫେୟାର ହୋଟେଲରେ ସଂସଦୀୟ ଓବିସି କମିଟି ବୈଠକ  ଚାଲିଥିବା ବେଳେ ଆଜି ବିଜେଡିର ଏକ ୧୩ ଜଣିଆ ପ୍ରତିନିଧି ଦଳ ଓବିସି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି। ସାରା ଦେଶରେ ୫୨ ପ୍ରତିଶତ ଲୋକ ହେଉଛନ୍ତି ପଛୁଆ ବର୍ଗର। ମାତ୍ର ସେଥିମଧ୍ୟରୁ  ୨୭ ପ୍ରତିଶତ ପଛୁଆବର୍ଗ ସଂରକ୍ଷଣ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଯଥେଷ୍ଟ ହେଉନାହିଁ । ତେଣୁ ଓବିସିଙ୍କ ବିକାଶ ପାଇଁ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆବଶ୍ୟକ ବୋଲି ବିଜେଡି ନେତା କହିଛନ୍ତି । ଯାହା ପଛୁଆ ବର୍ଗଙ୍କ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶରେ ଅଧିକ ସହାୟକ ହେବ ବୋଲି କହିଛନ୍ତି ବିଜେଡ଼ି ନେତା ।