ଶଙ୍ଖ ଭବନରେ ନେତାଙ୍କ କଥା କଟାକଟି; ଦେବୀ ମିଶ୍ର- ଧ୍ରୁବ ସାହୁ ଉଚ୍ଚବାଚ!

Advertisment

ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭିତରେ ଆଜି ୧୮ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି ନାଁ ଘୋଷଣା କରିଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ। ତାଲିକାରେ ସ୍ଥାନ ପାଇଛନ୍ତି ନୂଆ ଓ ପୁରୁଣା ମୁହଁ। ପୁରୀରେ ଦିବାକର ପାତ୍ରଙ୍କୁ ଆଉଟ୍ କରି ଉମା ସାମନ୍ତରାୟଙ୍କୁ ଦାୟିତ୍ବ ଦିଆଯାଇଛି

ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭିତରେ ଆଜି ୧୮ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି ନାଁ ଘୋଷଣା କରିଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ। ତାଲିକାରେ ସ୍ଥାନ ପାଇଛନ୍ତି ନୂଆ ଓ ପୁରୁଣା ମୁହଁ। ପୁରୀରେ ଦିବାକର ପାତ୍ରଙ୍କୁ ଆଉଟ୍ କରି ଉମା ସାମନ୍ତରାୟଙ୍କୁ ଦାୟିତ୍ବ ଦିଆଯାଇଛି

BJD CONFLICT

BJD CONFLICT Photograph: (kanak news)

କନକ ବ୍ୟୁରୋ: ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭିତରେ ଆଜି ୧୮ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି ନାଁ ଘୋଷଣା କରିଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ। ତାଲିକାରେ ସ୍ଥାନ ପାଇଛନ୍ତି ନୂଆ ଓ ପୁରୁଣା ମୁହଁ। ପୁରୀରେ ଦିବାକର ପାତ୍ରଙ୍କୁ ଆଉଟ୍ କରି ଉମା ସାମନ୍ତରାୟଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି କନ୍ଧମାଳର ସାଙ୍ଗଠନିକ ଦାୟିତ୍ବକୁ ଫେରିଛନ୍ତି ଭେଟେରାନ ପଦ୍ମନାଭ ବେହେରା। ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ କେଁ, କଥା କଟାକଟି ହେଲେ ଧ୍ରୁବ ଓ ଦେବୀ।

  • ପଦ-ପଦବୀକୁ ନେଇ ବିଜେଡିରେ ଛକାପଞ୍ଝା
  • ଶଙ୍ଖ ଭବନରେ ନେତାଙ୍କ କଥା କଟାକଟି
  • ଦେବୀ ମିଶ୍ର- ଧ୍ରୁବ ସାହୁ ଉଚ୍ଚବାଚ!

ଓ୍ୱାକଫ ବିଲକୁ ନେଇ ବିଜେଡିରେ ମହାଭାରତ ପରେ ଏବେ ଦଳୀୟ ନିର୍ବାଚନ ଦଳ ପାଇଁ ବଡ ଆହ୍ୱାନ ସୃଷ୍ଚି କରିଛି । ଜିଲ୍ଲା ସଭାପତିଠାରୁ ଆରମ୍ଭ କରି ରାଜ୍ୟ ପଦାଧିକାରୀ ସବୁକୁ ନେଇ ଦଳ ଭିତରେ ଛକାପଞ୍ଝା ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲା ସଭାପତି କିଏ ହେବ ତାକୁ  ନେଇ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର ଓ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଛି ।

ସୂଚନା ଅନୁସାରେ ଶଙ୍ଖ ଭବନରେ ଜିଲ୍ଲା ସଭାପତି ଚୟନକୁ ନେଇ ବୈଠକ ବସିଥିଲା । ହେଲେ ସଭାପତି ପଦ ପାଇଁ ବିଧାୟକ ରଖିଥିବା ପ୍ରସ୍ତାବକୁ ଗ୍ରହଣ କରିନଥିଲେ ଦଳର ବରିଷ୍ଠ ନେତା । ଯାହାକୁ ନେଇ ନେତାଙ୍କ ଭିତରେ ତୁ ତୁ ମେଁ ମେଁ ହୋଇଥିଲା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି , କୌଣସି କଥା କଟାକଟି ହୋଇନି। କେବଳ ଆଲୋଚନା ହୋଇଛି ।

ତେବେ କ୍ଷମତାରୁ ବିଜେଡି ହଟିବା ପରେ ଦଳୀୟ ପଦ ବଣ୍ଟନ ସୁପ୍ରିମୋଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଅନେକ ଆଶାୟୀ ପଦ ଅପେକ୍ଷାରେ ଅଛନ୍ତି । ପ୍ରାୟ ୧୧ରୁ ୧୨ ସାଙ୍ଗଠନିକ ଜିଲ୍ଲାକୁ ନେଇ ସୃଷ୍ଟି ହୋଇଛି ଅଡୁଆ । କଳାହାଣ୍ଡି, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବାଲେଶ୍ୱର, ମୟୂରଭଞ୍ଜ ସଦର, ଭୁବନେଶ୍ୱର, କନ୍ଧମାଳ, କୋରାପୁଟ ଅଙ୍କ ଛିଣ୍ଡି ପାରୁନି । ସେପଟେ ଖୁବଶୀଘ୍ର ୧୬ରୁ ଉର୍ଦ୍ଧ୍ୱ ଜିଲ୍ଲା ସଭାପତି ନା ଘୋଷଣା ହୋଇପାରେ । ଜିଲ୍ଲା ସଭାପତି, ରାଜ୍ୟ ପରିଷଦର ୩୭୦ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀରେ ୮୧ ନିଯୁକ୍ତି ନେଇ ୧୭ ପୂର୍ବରୁ ପ୍ରକ୍ରିୟା ସରିବ । ତା’ପରେ ୧୯ରେ ରାଜ୍ୟ ସଭାପତି ଚୟନ ହେବେ।

  • ମେଳି କରିଥିବା ନେତାଙ୍କ ହେବ ପକ୍ଷ ଛେଦନ !
  • ନକ୍ସା ପ୍ରସ୍ତୁତ କରୁଛନ୍ତି କାର୍ପଟଦାର ଗୋଷ୍ଠୀ

ପାଣ୍ଡିଆନକୁ ନେଇ ଦୁଇଭାଗ ହୋଇସାରିଛି ବିଜେଡି । ଯେଉଁ ଗୋଷ୍ଠୀର ନେତାମାନେ ବିରୋଧ କରି ମେଳି କରୁଥିଲେ ସେମାନଙ୍କୁ ବଡ ପଦ ପଦବୀ ମିଳିନପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ ବିଜେଡିର ଯେଉଁ ନୂଆ ତାଲିକା ଆସୁଛି, ସେଥିରେ କାହା ଗୋଷ୍ଠୀକୁ ଅଧିକ ଗୁରୁତ୍ୱ ମିଳୁଛି, ତା ଉପରେ ନଜର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe