କନକ ବ୍ୟୁରୋ: ନବୀନ ନିବାସରେ ବ୍ରହ୍ମପୁର ମହାନଗର ନିଗମର ବିଜେଡି କର୍ପୋରେଟରଙ୍କ କଳି ।  ବିଜେଡିକୁ ସୁପ୍ରିମୋଙ୍କୁ ଭେଟିଛନ୍ତି ବ୍ରହ୍ମପୁର ମହାନଗର ନିଗମର ୩୪ କର୍ପୋରେଟର, ମେୟର, ଡେପୁଟି ମେୟର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ବୈଠକରେ ଦଳୀୟ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇଛି ।

Advertisment

ଏହି ଭେଟଘାଟ ବେଳେ ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ ମଧ୍ୟ ଏଥିରେ ଉପସ୍ଥିତ ରହିଥିଲେ। ବିକାଶ କାମ କିଭଳି ଆଗକୁ ବଢିବ ଓ ସଭ୍ୟ ସଂଗ୍ରହ କାର୍ଯ୍ୟ କିଭଳି ସମନ୍ୱୟ ରଖି ଆଗକୁ ଯିବ ସେ ନେଇ ଆଲୋଚନା ହୋଇଥିଲା। ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି, କର୍ପୋରେଟରଙ୍କ ଭିତରେ କୌଣସି ମତଭେଦ ନାହିଁ। ଯାହା କର୍ପୋରେସନ କଥା ତାହା କର୍ପୋରେସନରେ ତୁଟିବ। କର୍ପୋରେସନ ଭିତରେ ତାହା ଆଭ୍ୟନ୍ତରୀଣ ମତ ପାର୍ଥକ୍ୟ। କିନ୍ତୁ ସମସ୍ତେ ଏକ ହୋଇ କାମ କରିବେ ବୋଲି କହିଛନ୍ତି ବିକ୍ରମ ପଣ୍ଡା। ତେବେ ରାମ ଲିଙ୍ଗମ ଟ୍ୟାଙ୍କକୁ ନେଇ ସମସ୍ୟା ହୋଇଥିଲା। ନବୀନ ବାବୁଙ୍କ କଥା ଆସିଲେ ସମସ୍ତେ ଏକାଠି ବୋଲି କହିଛନ୍ତି ବିକ୍ରମ ପଣ୍ଡା।