ବିଜେପିରେ ମିଶିବେ କି ବାଇଁଆ? ଧର୍ମେନ୍ଦ୍ରଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

Advertisment

ବିଜେପିରେ ମିଶିବେ କି ବିଜେଡି କର୍ପୋରେଟର ଅମରେଶ ଜେନା? ଶଙ୍ଖ ଛାଡି ଧରିବେ କି ପଦ୍ମ? ଏହି ଚର୍ଚ୍ଚା ଏବେ ପୁଣିଥରେ ଏଥିପାଇଁ ସାମ୍ନାକୁ ଆସିଛି, କାହିଁକି ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏହି ବିଜେଡି ନେତା । ଆଇଓସିଏଲ୍ ଗେଷ୍ଟ୍ ହାଉସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅମରେଶ ଜେନା (ବାଇଁଆ) ଭେଟିଛନ୍ତି, ଆଉ ଭେଟିବା ପରେ ତାଙ୍କର ଏହି ଭେଟଘାଟକୁ ସୌଜନ୍ୟମୂଳକର ନାମ ଦେଇଛନ୍ତି ।

ବିଜେପିରେ ମିଶିବେ କି ବିଜେଡି କର୍ପୋରେଟର ଅମରେଶ ଜେନା? ଶଙ୍ଖ ଛାଡି ଧରିବେ କି ପଦ୍ମ? ଏହି ଚର୍ଚ୍ଚା ଏବେ ପୁଣିଥରେ ଏଥିପାଇଁ ସାମ୍ନାକୁ ଆସିଛି, କାହିଁକି ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏହି ବିଜେଡି ନେତା । ଆଇଓସିଏଲ୍ ଗେଷ୍ଟ୍ ହାଉସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅମରେଶ ଜେନା (ବାଇଁଆ) ଭେଟିଛନ୍ତି, ଆଉ ଭେଟିବା ପରେ ତାଙ୍କର ଏହି ଭେଟଘାଟକୁ ସୌଜନ୍ୟମୂଳକର ନାମ ଦେଇଛନ୍ତି ।

ବିଜେପିରେ ମିଶିବେ କି ବାଇଁଆ?

ବିଜେପିରେ ମିଶିବେ କି ବାଇଁଆ? Photograph: (KANAK NEWS)

କନକ ବ୍ୟୁରୋ: ବିଜେପିରେ ମିଶିବେ କି ବିଜେଡି କର୍ପୋରେଟର ଅମରେଶ ଜେନା? ଶଙ୍ଖ ଛାଡି ଧରିବେ କି ପଦ୍ମ? ଏହି ଚର୍ଚ୍ଚା ଏବେ ପୁଣିଥରେ ଏଥିପାଇଁ ସାମ୍ନାକୁ ଆସିଛି, କାହିଁକି ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏହି ବିଜେଡି ନେତା । IOCL ଗେଷ୍ଟ୍ ହାଉସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅମରେଶ ଜେନା (ବାଇଁଆ) ଭେଟିଛନ୍ତି, ଆଉ ଭେଟିବା ପରେ ତାଙ୍କର ଏହି ଭେଟଘାଟକୁ ସୌଜନ୍ୟମୂଳକର ନାମ ଦେଇଛନ୍ତି । ହେଲେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ କହିବା କଥା, ଖୁବଶୀଘ୍ର ଅମରେଶ ଶଙ୍ଖ ଶିବିର ଛାଡି, ପଦ୍ମ ଶିବିରରେ ସାମିଲ ହେଇପାରନ୍ତି, ଯେଉଁ କାରଣରୁ ସେ ଲଗାତାର ଏବେ ବିଜେପି ନେତୃତ୍ୱଙ୍କ ସହିତ ମିଟିଂ କରୁଛନ୍ତି ।

ଆପଣମାନେ ସମସ୍ତେ ଜାଣିଥିବେ, ଗତ ୨୦୨୪ ସାଧାରଣ ନିର୍ବାଚନ ବେଳେ କଣ ଘଟିଥିଲା । ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ ଅମରେଶ ଜେନା । ଲଗାତାର ଭାବେ ସେ ନିଜ ଦଳର ନେତା ଅନନ୍ତ ନାରାୟଣ ଜେନାଙ୍କୁ ବିରୋଧ କରିଆସୁଥିଲେ । ଆଉ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ହେଲେ ଦଳର ଶୀର୍ଷ ନେତୃତ୍ୱ କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ପୁଣିଥରେ ଅନନ୍ତଙ୍କ ଉପରେ ଭରସା କରିବା ସହିତ, ତାଙ୍କୁ ଦେଇଥିଲେ ବିଧାନସଭା ଟିକେଟ୍ । ଆଉ ନେତାଙ୍କ ଭରସାକୁ ସତ ପ୍ରମାଣିତ କରି, ନିର୍ବାଚନରେ ଜିତିଥିଲେ ଅନନ୍ତ ।

୨୦୨୪ ନିର୍ବାଚନରେ ବିଜେଡି ଟିକେଟ୍ ନପାଇବା ପରେ, ବିଜେଡି ସହ ଅମରେଶଙ୍କର ଆରମ୍ଭ ହୋଇଥିଲା ତୁ ତୁ ମେଁ ମେଁ । ନିଜେ ସ୍ୱାଧୀନ ପ୍ରାର୍ଥୀ ହେଇ ଲଢ଼ିବା ସହିତ, ଖୋଦ୍ ବିଜେଡି ନେତାଙ୍କ ବିରୋଧରେ ସେ ହେଇଥିଲେ ବିଧାୟକ ପ୍ରାର୍ଥୀ । ଆଉ ନିର୍ବାଚନରେ ହାରିବା ପରେ, ଲଗାତାର ଭାବେ ତାଙ୍କୁ ବିଜେପି ନେତାଙ୍କ ସହିତ ଦେଖିବାକୁ ମିଳୁଛି । ଗତ କିଛି ଦିନ ତଳେ ରୁକୁଣା ରଥଯାତ୍ରା ବେଳେ ମଧ୍ୟ, ସେ ବିଜେପି ନେତାଙ୍କ ପାଇଁ କରାଯାଇଥିବା ଷ୍ଟେଜରେ ବସିଥିବା ଦେଖିବାକୁ ମିଳିଥିଲା । ଯାହା ପରେ ସେ ବିଜେପିକୁ ଖୁବଶୀଘ୍ର ଡେଇଁପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏବେ ଅମରେଶ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ, ଏହି ଚର୍ଚ୍ଚାକୁ ଆହୁରି ଅଧିକ ବଳ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe