ଯେତେ ଲୁଚାଇଲେ ବି ଲୁଚୁନି ବିଜେଡି କଳି । BMC ବୈଠକରେ ଯୋଗ ଦେଲେନି କର୍ପୋରେଟର ।

Advertisment

ବିଏମସି କର୍ପୋରେସନ୍‌ ବୈଠକରେ ଯୋଗ ଦେଲେନି ବିଜେଡିର ଅଧିକାଂଶ କର୍ପୋରେଟର । ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ ବାବୁ ସିଂ । ସେପଟେ ଅକ୍ଟୋବର ୫ ତାରିଖ ମଧ୍ୟରେ ସମସ୍ତ ରାସ୍ତାକାମ ସାରିବାକୁ ବୈଠକରେ ନିଷ୍ପତ୍ତି ।

ବିଏମସି କର୍ପୋରେସନ୍‌ ବୈଠକରେ ଯୋଗ ଦେଲେନି ବିଜେଡିର ଅଧିକାଂଶ କର୍ପୋରେଟର । ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ ବାବୁ ସିଂ । ସେପଟେ ଅକ୍ଟୋବର ୫ ତାରିଖ ମଧ୍ୟରେ ସମସ୍ତ ରାସ୍ତାକାମ ସାରିବାକୁ ବୈଠକରେ ନିଷ୍ପତ୍ତି ।

5dfd

କନକ ବ୍ୟୁରୋ: ଯେତେ ଲୁଚାଇଲେ ବି ଲୁଚୁନି ଭୁବନେଶ୍ବର ବିଜେଡିରେ କଳି । ଆଜି ହୋଇଥିବା ଭୁବନେଶ୍ୱର ମହାନଗର ନିଗମର କର୍ପୋରେସନ୍‌ ବୈଠକରେ ଯୋଗ ଦେଇନାହାନ୍ତି ବିଜେଡିର ଅଧିକାଂଶ କର୍ପୋରେଟର । ବିଶେଷ କରି ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଅଧିକାଂଶ କର୍ପୋରେଟର ବୈଠକରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି । ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁ ଆଜି ପ୍ରାୟ ୨୭ ଜଣ କର୍ପୋରେଟର ଉପସ୍ଥିତ ଥିବା ବେଳେ ଅନେକ ଯୋଗ ଦେଇନାହାନ୍ତି । ଉତ୍ତର ନିର୍ବାଚନମଣ୍ଡଳୀର କିଛି କର୍ପୋରେଟର ଉପସ୍ଥିତ ଥିବା ବେଳେ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀରୁ କିଛି କର୍ପୋରେଟର ଆସିନାହାନ୍ତି । ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର କର୍ପୋରେଟର ଅମରେଶ ଜେନା ଓ ଏକାମ୍ରର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାରଙ୍କୁ ବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରି ଆସୁଛନ୍ତି । ସେମାନେ ଆଜିର ଏହି ବୈଠକକୁ ମଧ୍ୟ ବର୍ଜନ କରିଥିବା ସୂଚନା ମିଳିଛି । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଉଦ୍ଦେଶ୍ୟମୂଳକ ଭାବେ କର୍ପୋରେଟରମାନେ ଉପସ୍ଥିତ ରହୁ ନଥିବା ବେଳେ ଏହା ରାଜନୀତିରେ ଶୁଭ ସଙ୍କେତ ନୁହେଁ ବୋଲି ଚେତାଇ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe