ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି ଶଙ୍ଖ । ପ୍ରତିଷ୍ଠା ଦିବସରେ ଦୋହଲିଗଲା ବିଜେଡି । ଭୁବନେଶ୍ୱରରୁ ଭଞ୍ଜନଗର ସବୁଠି ବିଦ୍ରୋହ

Advertisment

ବିଜେଡି ଜନ୍ମଦିନରେ ରାଜ୍ୟ କାର୍ଯ୍ୟାଳୟରେ ହାତାହାତି ଓ ମାରପିଟ୍। ପ୍ରତିଷ୍ଠା ଦିବସରେ ଦେଖାଦେଇଛି ଚରମ ବିଶୃଙ୍ଖଳା। ଭୁବନେଶ୍ବରରୁ ଭଞ୍ଜନଗର, ବାଦ୍ ପଡ଼ିଲାନି ସମ୍ବଲପୁର। ଶଙ୍ଖଭବନରେ ବିଜେଡି ନେତ୍ରୀଙ୍କ ମାରପିଟ୍ ଦେଖିବାକୁ ମିଳିଥିବା ବେଳେ ବିଜେଡିର ଗଡ଼ ଗଞ୍ଜାମ ଭଞ୍ଜନଗରରେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ହଜାର ହଜାର ନେତା ଓ କର୍ମୀ। ସମ୍ବଲପୁରରେ ମଧ୍ୟ ବିଜେଡି ଜନ୍ମ ଦିନରେ ଆସିନାହାନ୍ତି ଅନେକ ଦଳୀୟ ନେତା।

ବିଜେଡି ଜନ୍ମଦିନରେ ରାଜ୍ୟ କାର୍ଯ୍ୟାଳୟରେ ହାତାହାତି ଓ ମାରପିଟ୍। ପ୍ରତିଷ୍ଠା ଦିବସରେ ଦେଖାଦେଇଛି ଚରମ ବିଶୃଙ୍ଖଳା। ଭୁବନେଶ୍ବରରୁ ଭଞ୍ଜନଗର, ବାଦ୍ ପଡ଼ିଲାନି ସମ୍ବଲପୁର। ଶଙ୍ଖଭବନରେ ବିଜେଡି ନେତ୍ରୀଙ୍କ ମାରପିଟ୍ ଦେଖିବାକୁ ମିଳିଥିବା ବେଳେ ବିଜେଡିର ଗଡ଼ ଗଞ୍ଜାମ ଭଞ୍ଜନଗରରେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ହଜାର ହଜାର ନେତା ଓ କର୍ମୀ। ସମ୍ବଲପୁରରେ ମଧ୍ୟ ବିଜେଡି ଜନ୍ମ ଦିନରେ ଆସିନାହାନ୍ତି ଅନେକ ଦଳୀୟ ନେତା।

ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି ଶଙ୍ଖ ଭୁବନେଶ୍ବରରୁ ଭଞ୍ଜନଗର ସବୁଠି ବିଦ୍ରୋହ

ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି ଶଙ୍ଖ ଭୁବନେଶ୍ବରରୁ ଭଞ୍ଜନଗର ସବୁଠି ବିଦ୍ରୋହ Photograph: (KanakNews )

କନକ ବ୍ୟୁରୋ: ବିଜେଡି ଜନ୍ମଦିନରେ ରାଜ୍ୟ କାର୍ଯ୍ୟାଳୟରେ ହାତାହାତି ଓ ମାରପିଟ୍। ପ୍ରତିଷ୍ଠା ଦିବସରେ ଦେଖାଦେଇଛି ଚରମ ବିଶୃଙ୍ଖଳା। ଭୁବନେଶ୍ବରରୁ ଭଞ୍ଜନଗର, ବାଦ୍ ପଡ଼ିଲାନି ସମ୍ବଲପୁର। ଶଙ୍ଖଭବନରେ ବିଜେଡି ନେତ୍ରୀଙ୍କ ମାରପିଟ୍ ଦେଖିବାକୁ ମିଳିଥିବା ବେଳେ ବିଜେଡିର ଗଡ଼ ଗଞ୍ଜାମ ଭଞ୍ଜନଗରରେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ହଜାର ହଜାର ନେତା ଓ କର୍ମୀ। ସମ୍ବଲପୁରରେ ମଧ୍ୟ ବିଜେଡି ଜନ୍ମ ଦିନରେ ଆସିନାହାନ୍ତି ଅନେକ ଦଳୀୟ ନେତା। 

  • ପ୍ରତିଷ୍ଠା ଦିବସରେ ଦୋହଲିଗଲା ବିଜେଡି
  • ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି ଶଙ୍ଖ
  • ଭୁବନେଶ୍ବରରୁ ଭଞ୍ଜନଗର ସବୁଠି ବିଦ୍ରୋହ

ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ଦଳରେ ଦେଖାଦେଇଛି ଫାଟ ଓ ଅସନ୍ତୋଷ। ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ହାତାହାତି ହୋଇଛନ୍ତି ବିଜେଡି ନେତ୍ରୀ। ଶଙ୍ଖ ଭବନରେ ବିଜେଡି ମୁଖପାତ୍ର ଇପସିତାଙ୍କୁ ମରାଯାଇଛି ଚାପୁଡ଼ା ପରେ ଚାପୁଡ଼ା। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶୃଙ୍ଖଳା ଓ ଅନୁଶାସନର ଯେମିତି ଧଜିଆ ଉଡ଼ିଛି। ସେପଟେ ବିଜେଡିର ଗଡ଼ ଭଞ୍ଜନଗରରେ ଭାଙ୍ଗିଛି ବିଜେଡି ଗଡ଼। ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ହଜାର ହଜାର କର୍ମୀ। ଯେଉଁଠୁ ଲଗାତାର ଛଅ ଛଅ ଥର ବିଜେଡିରୁ ଜିତିଛନ୍ତି ବିକ୍ରମ ଆରୁଖ, ସେଠି ମଧ୍ୟ ନେତୃତ୍ବ ଓ ଦଳ ପ୍ରତି ଦେଖାଦେଇଛି ସଙ୍କଟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ ସମୟରେ ବିଜେପିରେ ମିଶିଛନ୍ତି ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଓ ତାଙ୍କର ହଜାର ହଜାର ସମର୍ଥକ। ଭଞ୍ଜନଗର ବ୍ଲକର କୁଲାଡ଼, ବଡ଼କୋଦଣ୍ଡା ଓ ବାରୁଡ଼ା ପଞ୍ଚାୟତର ସମିତିସଭ୍ୟ ମଧ୍ୟ ନିଜର ଶହ ଶହ ସମର୍ଥକଙ୍କ ସହିତ ବିଜେପିରେ ମିଶିଛନ୍ତି। 

ବିଜେଡି ପ୍ରତିଷ୍ଠା ଦିବସରେ ସମ୍ବଲପୁରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଦଳର ଜନ୍ମଦିନରେ ଆସିଲେନି ଦଳୀୟ ନେତା। ଏହା ଦଳୀୟ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିବା ବେଳେ ବରିଷ୍ଠ ନେତା ରୋହିତ ପୂଜାରୀ ସଫେଇ ଦେଇ କହିଛନ୍ତି, ଯେଉଁମାନେ ଆସିନାହାନ୍ତି ସେମାନେ ନିର୍ବାଚନରେ ବିଜେପି ପାଇଁ କାମ କରୁଥିଲେ। ବିଜେଡିର ଏଭଳି ସ୍ଥିତି ଭିତରେ ଧସେଇ ପଶି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ହୁଇସିଲ୍ ମାରିଲେ ଭାଙ୍ଗିଯିବ ବିଜେଡି। 

ନିକଟରେ ନିର୍ବାଚନ ବିପର୍ଯ୍ୟୟକୁ ସାମ୍ନା କରିଥିବା ବିଜେଡି, ଏବେ ତୃଣମୂଳ ସ୍ତରରୁ ଖଣ୍ଡ ଖଣ୍ଡ ହେଉଛି। ଯାହା ଦଳର ଭବିଷ୍ୟତକୁ ନେଇ ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe