ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ : ବିଜେଡି ସୁପ୍ରିମୋଙ୍କ ସୂଚନା ଓଡିଶାବାସୀଙ୍କ ବିଶ୍ବାସ ନେଇ ଆଗକୁ ବଢୁଛି ଦଳ

ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହିବା ପରେ ଏଥର ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି। କିଛି ସମୟ ପରେ ଶଙ୍ଖ ଭବନରେ ପହଞ୍ଚିବେ ସୁପ୍ରିମୋ ନବୀନ ପଟ୍ଟନାୟକ । 

nabin 3

nabin 3 Photograph: (nabin 3)

କନକବ୍ୟୁରୋ : ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହିବା ପରେ ଏଥର ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି।  ଶଙ୍ଖ ଭବନରେ ପହଁଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  

ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ। ଚଳିତ ଥର ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।  ଶଙ୍ଖ ଭବନରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ। ସରକାରରୁ ଯିବା ପରେ ବର୍ତ୍ତମାନ ବିଜେଡି ଆଗରେ ଅନେକ ଆହ୍ବାନ ସୃଷ୍ଟି ହୋଇଛି  ।

ନିର୍ବାଚନରେ ପରାଜୟ ପରେ ବଡ ଆହ୍ବାନର ସମ୍ମୁଖୀନ ହେଉଛି ବିଜେଡି। ସେପଟେ ସୋସିଆଲ ମିଡିଆରେ ପୋଷ୍ଟ ସେୟାରକରି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।  ଓଡିଶାବାସୀଙ୍କ ବିଶ୍ବାସ ଓ ଭରସାକୁ ଅତୁଟ ରଖି ବିଜୁ ଜନତା ଦଳ ଆଗକୁ ବଢୁଥିବା କହିଛନ୍ତି ନବୀନ ।  ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ  ବିଜୁ ଜନତା ଦଳକୁ ଶ୍ରେଷ୍ଠ ଆଞ୍ଚଳିକ ଦଳର ପରିଚୟ ଦେଇଛି ବୋଲି ନବୀନ ନିଜ ପୋଷ୍ଟରେ ଲେଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe