କନକବ୍ୟୁରୋ : ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହିବା ପରେ ଏଥର ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି। ଶଙ୍ଖ ଭବନରେ ପହଁଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ। ଚଳିତ ଥର ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶଙ୍ଖ ଭବନରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ। ସରକାରରୁ ଯିବା ପରେ ବର୍ତ୍ତମାନ ବିଜେଡି ଆଗରେ ଅନେକ ଆହ୍ବାନ ସୃଷ୍ଟି ହୋଇଛି ।
ନିର୍ବାଚନରେ ପରାଜୟ ପରେ ବଡ ଆହ୍ବାନର ସମ୍ମୁଖୀନ ହେଉଛି ବିଜେଡି। ସେପଟେ ସୋସିଆଲ ମିଡିଆରେ ପୋଷ୍ଟ ସେୟାରକରି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଓଡିଶାବାସୀଙ୍କ ବିଶ୍ବାସ ଓ ଭରସାକୁ ଅତୁଟ ରଖି ବିଜୁ ଜନତା ଦଳ ଆଗକୁ ବଢୁଥିବା କହିଛନ୍ତି ନବୀନ । ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ବିଜୁ ଜନତା ଦଳକୁ ଶ୍ରେଷ୍ଠ ଆଞ୍ଚଳିକ ଦଳର ପରିଚୟ ଦେଇଛି ବୋଲି ନବୀନ ନିଜ ପୋଷ୍ଟରେ ଲେଖିଛନ୍ତି।