କନକ ବ୍ୟୁରୋ: ଭରତପୁର ଥାନା ଘଟଣାରେ ଆସନ୍ତାକାଲି ଦିଆଯାଇଥିବା ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହୃତ କଲା ବିଜେଡି । ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ଦେବୀ ମିଶ୍ର ।
ଭରତପୁର ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ଘଟଣାକୁ ନେଇ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲା ବିଜେଡି । କିନ୍ତୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଦଳ ଏହି ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଘୋଷଣା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/lLpdALwsgUeO96IkokS1.jpg)