କନକ ବ୍ୟୁରୋ :  ଧିରେ ଧିରେ ଭାଙ୍ଗୁଛି ବିଜେଡ଼ି ଗଡ । ସାଧାରଣ ନିର୍ବାଚନରେ ପରାଜୟ, ଦୀର୍ଘଦିନର ସରକାର ପତନ ପରେ ଏବେ ଦଳ ଦୁର୍ବଳ ହେବାରେ ଲାଗିଛି । ଯାହାର ସୁଯୋଗ ନେଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଏହି କ୍ରମରେ ଆଜି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅଧ୍ୟକ୍ଷା ପଦ ପାଇଁ ଅନାସ୍ଥା ଭୋଟ୍ ହେଉଥିବା ବେଳେ ଏଥିରେ ବିଜେଡି ସମର୍ଥରେ ବିଜୟୀ ହୋଇଥିବା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ପରାଜିତ ହୋଇଛନ୍ତି । ଏଥିରେ କଳ୍ପନାଙ୍କ ବିରୋଧରେ ୨୭ ଜଣ ସରପଞ୍ଚ ଓ ୨୨ ଜଣ ସମିତିସଭ୍ୟ ଭୋଟ ଦେଇ କଳ୍ପନାଙ୍କୁ ପରାଜିତ କରିଛନ୍ତି । କଳ୍ପାନଙ୍କ ପରାଜୟ ପରେ ମହାକାଳପଡାର ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଛି । ମହାକାଳପଡାରେ ଅତନୁଙ୍କ ଦବଦବା କମୁଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି । 

Advertisment