କନକ ବ୍ୟୁରୋ: ଏମ୍ସର ବର୍ଣ୍ଣ ୱାର୍ଡରେ ବଳଙ୍ଗା ପୀଡିତାଙ୍କ ଚିକିତ୍ସା ଚାଲିଛି । ଏହାର ମଧ୍ୟରେ ଏମ୍ସ ଆଗରେ ବିଜେପି ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଛି । ତାଳିମାଳି  ବିରୋଧ ପ୍ରଦର୍ଶନ କରିଛି ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ । କଂଗ୍ରେସ ପକ୍ଷରୁ ବି ପ୍ରତିବାଦ କରାଯାଇଛି । ଏହାପରେ  ବିଏନଏସ ଧାରା ୧୬୩ ଅନୁସାରେ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପୁଲିସ । ବିଜେଡି କର୍ମୀ ଓ ନେତାଙ୍କୁ ଉଠାଇଛି  ପୁଲିସ । ଏମ୍ସ ଆଗରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି -ବିଜେପି କର୍ମୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।