କନକ ବ୍ୟୁରୋ: ଭଦ୍ରକରେ ସ୍ଥିତି ସୁଧୁରୁଛି । ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ୩ ଦିନ ଅଶାନ୍ତ ଥିବା ଭଦ୍ରକ ସ୍ବାଭାବିକ ହେଉଛି । କିନ୍ତୁ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଆଜି ଭଦ୍ରକ ଅଶାନ୍ତ ହେବାକୁ ନେଇ ବିଜେପି ସରକାରକୁ ଟ୍ବିଟ କରି ସିଧାସଳଖ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟନାୟକ । ଭଦ୍ରକ ଓ ସୋନପୁର ଜିଲ୍ଲାର ସାଙ୍ଗଠନିକ ପଦାଧିକାରୀ ଓ ନେତାଙ୍କୁ ଆଜି ନବୀନ ଭେଟିଥିଲେ । ଏହା ପରେ ଟ୍ବିଟ କରି ଲେଖିଥିଲେ, ୩ ମାସରେ ୪ ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ।
- ନବୀନଙ୍କ ଟ୍ୱିଟ ଉପରେ ବର୍ଷିଲା ବିଜେପି
- 'ରାହୁଲଙ୍କ ରାସ୍ତାରେ ଯାଉଛନ୍ତି ନବୀନ'
ନବୀନଙ୍କ ଟ୍ବିଟ ପରେ ବିଜେପି ଟ୍ବିଟରେ ଘାଇଲା ହୋଇଛି ବିଜେଡି । ଟ୍ବିଟ କରି ସିଧାସଳଖ ନବୀନଙ୍କ ଉପରେ ବର୍ଷିଛି ଶାସକ ଦଳ । ପ୍ରଶ୍ନ ପରେ ପ୍ରଶ୍ନ ପଚାରି ବିରୋଧୀ ଦଳକୁ ଘାଇଲା କରିଛି ଶାସକ ଦଳ । ଟ୍ୱିଟରେ ବିଜେପି ଅଭିଯୋଗ କରିଛି, ନବୀନବାବୁ ଓଡିଶାକୁ ଅଶାନ୍ତି କରିବା ପାଇଁ ଚାହୁଁଛନ୍ତି । ୨୦୧୭ରେ ରାମ ନବମୀ ସମୟରେ ଭଦ୍ରକ ଅଶାନ୍ତି , ସମ୍ବଲପୁର ହିଂସା ସମୟରେ ମୁଖ୍ୟମନ୍ତ୍ରୀ କିଏ ଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ଭଦ୍ରକ ହିଂସା ପଛରେ ବିଜେଡିର ହାତ ରହିଛି ଓ ନବୀନ ରାହୁଲଙ୍କ ରାସ୍ତାରେ ଯାଉଛନ୍ତି ବୋଲି କହିଛି ବିଜେପି ।
କଟକଣା ମଧ୍ୟରେ ଭଦ୍ରକରେ ଦୋକାନ ବଜାର ଖୋଲିଛି । କିନ୍ତୁ ଜିଲ୍ଲାରେ ୧୬୩ ଧାରା ବଳବତ୍ତର ରହିଛି । ଏହାରି ଭିତରେ ବିଜେପି-ବିଜେଡି ଟ୍ବିଟ ୱାର ରାଜ୍ୟ ରାଜନୀତିକୁ ସରଗରମ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/c7mVXJ5fW0xTTDnnm3QJ.jpg)