କଟକରେ ବିଜେଡି-ବିଜେପି କର୍ମୀ ମୁହାଁମହିଁ; ଦଳୀୟ ପତାକା ଦେଖାଇବା ସହ ଠେଲାପେଲା ପରିସ୍ଥିତି

ସ୍ବାୟତ୍ତ ଶାସନ ଦିବସରେ ଶବଦାହ ଚୂଲା ଉଦ୍‌ଘାଟନ ବେଳେ ବିଜେଡି କର୍ମୀଙ୍କ ନାରାବାଜି । ହଙ୍ଗାମା କଲେ ବିଜେପି କର୍ମୀ ।

BJP-BJD

କନକ ବ୍ୟୁରୋ : କଟକରେ ବିଜେଡି-ବିଜେପି କର୍ମୀ ମୁହାଁମହିଁ। ସ୍ୱାୟତ୍ତ ଶାସନ ଦିବସରେ ଶବଦାହ ଚୂଲା ଉଦଘାଟନ ବେଳେ ବିଜେଡି କର୍ମୀ ନାରାବାଜି କରିବା ସହ ହୋହଲ୍ଲା କରିଥିଲେ। ଏହା ପରେ ବିଜେପି କର୍ମୀ ମଧ୍ୟ ନାରାବାଜି କରିବା ଆରମ୍ଭ କରି ଦେଇଥିଲେ। ଉଭୟ ଦଳର କର୍ମୀ ଦଳୀୟ ପତାକା ଦେଖାଇବା ସହ ଠେଲାପେଲା କରିଥିଲେ।

ସେହିପରି ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ମଧ୍ୟ ଦୁଇ ଦଳର କର୍ମୀ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା। ବିଜେଡିର ପତାକା ଦେଖି ବିଜେପି କର୍ମୀ ମଧ୍ୟ ଦଳୀୟ ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe