ସେମିକଣ୍ଡକ୍ଟର ଶ୍ରେୟକୁ ନେଇ ଟଣାଓଟରା: ବିଜେପିକୁ ରିବନ କଟା ସରକାର କହିଲା ବିଜେଡି, ବିଜେପି ଦେଲା ଜବାବ

ସେମିକଣ୍ଡକ୍ଟରକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ବିଜେପିକୁ ରିବନ କଟିଙ୍ଗ ସରକାର କହି ଟାର୍ଗେଟ୍ କରିଛି ବିଜେଡି।  ଏହାସହ ସେମିକଣ୍ଡକ୍ଟର ପାଇଁ ଯେଉଁ ବାତାବରଣ ସୃଷ୍ଟି ହୋଇଛି, ତା’ର ପୂରା ଶ୍ରେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛି ଦଳ।

yhy

କନକ ବ୍ୟୁରୋ: ସେମିକଣ୍ଡକ୍ଟରକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ବିଜେପିକୁ ରିବନ କଟିଙ୍ଗ ସରକାର କହି ଟାର୍ଗେଟ୍ କରିଛି ବିଜେଡି।  ଏହାସହ ସେମିକଣ୍ଡକ୍ଟର ପାଇଁ ଯେଉଁ ବାତାବରଣ ସୃଷ୍ଟି ହୋଇଛି, ତା’ର ପୂରା ଶ୍ରେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛି ଦଳ। ଦଳ କହିଛି, ନବୀନ ପଟ୍ଟନାୟକଙ୍କ ସରକାରରେ ହବ୍ ସୃଷ୍ଟି ହୋଇଥିଲା। ଗାଁ ଗାଁରେ ନବୀନ ପଟ୍ଟନାୟକ ପିଲାଙ୍କୁ ଆଇଟିରେ ଦକ୍ଷ କରିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଯେଉଁଥିପାଇଁ ଓଡ଼ିଶାରେ ବହୁ ଆଇଟି କମ୍ପାନୀ ପହଁଚିଛନ୍ତି। କଳାହାଣ୍ଡିରେ ତିନୋଟି ଇଣ୍ଡଷ୍ଟ୍ରିଆଲ ପାର୍କ ରହିଛି। ରିବନ କଟିଙ୍ଗ ସେରେମନି, ଟିଭି ସାମ୍ନାକୁ ଆସିଵା ପାଇଁ କେବେ ନବୀନ ଉଦ୍ୟମ କରି ନାହାନ୍ତି। ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି, ତା’ର ଶ୍ରେୟ କେବଳ ନବୀନ ପଟ୍ଟନାୟକଙ୍କର ବୋଲି କହିଲେ ଦିବ୍ୟଶଙ୍କର ମିଶ୍ର। ସେପଟେ ଏହାର ଜବାବ ରଖିଛି ବିଜେପି। ଦଳର ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, ପୂର୍ବ ସରକାର ଗୋଛି କଟା ସରକାର। କେବଳ ମିଡିଆରେ ରହିବା ପାଇଁ ବିଜେଡି ନେତା ନାଟକ କରୁଥିବା ବିରଞ୍ଚି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe