titlagarh politics Photograph: (kanakNews)
କନକ ବ୍ୟୁରୋ: ଟିଟିଲାଗଡରେ ବିଜେଡି-ବିଜେପି ଛକାପଞ୍ଝା । ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ବନାମ ବିଧାୟକ ନବୀନ ଜୈନଙ୍କ ଲଢ଼େଇ । ଟିଟିଲାଗଡ଼ ବ୍କକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଏବେ ରାଜନୀତି ସରଗରମ ହେଉଛି। ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ର କରି ଏବେ ବିଜେପି ବିଧାୟକ ନବୀନ ଜୈନ ଓ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । ପ୍ରେସମିଟରେ ଟୁକୁନି ସାହୁ ଖୋଲାଖୋଲି ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ଚେତାବନୀ ଦେଇଛନ୍ତି । କହିଛନ୍ତି ପିସି କାରବାର ବନ୍ଦ କର । ଦୁର୍ନୀତି, ପିସି ଛାଡି ଲୋକଙ୍କ ସେବା କର, ନଚେତ ଆଗକୁ ଆନ୍ଦୋଳନ ର ସମ୍ମୁଖୀନ ହେବା ନେଇ ପ୍ରସ୍ତୁତ ରୁହ ।
ଗତ ୧୭ତାରିଖରେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିଧାୟକ ନବୀନ ଜୈନ ବିରୋଧରେ ଧାରଣା ଦେଇଥିଲେ। ବିଧାୟକ ୧୦ ପ୍ରତିଶତ ପିସି ଦାବି କରୁଥିବା ନେଇ ଗୁରୁତର ଅଭିଯୋଗ ଆଣି ଧାରଣାରେ ବସିଥିଲେ। ଏହାର ଜବାବରେ ବିଜେପି କେତେକ ସମିତି ସଭ୍ୟସଭ୍ୟା ତଥା ସରପଞ୍ଚ ମାନଙ୍କୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ପାଖରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ନିବେଦନ କରିଥିଲେ । ଏବେ ସେହି ଘଟଣା ଭିନ୍ନ ମୋଡ଼ ନେଇଛି କ୍ଷ ଏବେ ବ୍ଲକ ଅଧ୍ୟକ୍ଷା ଏବଂ ବିଜେପି ବିଧାୟକ ମଧ୍ୟରେ ନୁହେଁ ଟୁକୁନି ସାହୁ ଓ ନବୀନ ଜୈନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ କ୍ଷ ବିଜେଡି ତାର ଦୁର୍ଗ ରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ପାଇଁ ଅନାସ୍ଥା ପ୍ରସ୍ତାବ ସମ୍ମାନର ପ୍ରଶ୍ନ ପାଲଟିଛି ।
Follow Us