କନକ ବ୍ୟୁରୋ: ପୁଞ୍ଜିନିବେଶ ଓ ନିଯୁକ୍ତିକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ବିଜେପି ସରକାରର ସାତ ମାସରେ ୨ ଲକ୍ଷ ୪୦ ହଜାର କୋଟିର ପୁଞ୍ଜିନିବେଶ ହୋଇଛି, ଏହାଦ୍ବାରା ଏକ ଲକ୍ଷ ୮୧ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ନୂଆ ସରକାରରେ ୧୩୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେବୁଲ କ୍ଲିୟାରନ୍ସ କମିଟିରେ ୪୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଯାହାଦ୍ୱାରା ସୃଷ୍ଟି ୨୩ ହଜାର ନିଯୁକ୍ତି ସୃଷ୍ଟି ହେବ। ଚଣ୍ଡିଖୋଲଠାରେ ବହୁ ପ୍ରତୀକ୍ଷିତ ଅଶୋଧିତ ପେଟ୍ରୋଲିୟମ ପ୍ଲାଣ୍ଟକୁ ମିଳିଛି ଅନୁମତି। କିନ୍ତୁ ବିଜେଡି ଏହାକୁ କାଉଁଣ୍ଟର କରି କହିଛି ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଉଛି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ୬ ମାସରେ କୌଣସି ଏମଓୟୁ ହୁଏନି କି ଅନୁମୋଦନ ମିଳେନି। ପୂର୍ବ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାକୁ ଏମାନେ ଦସ୍ତଖତ ମାରୁଛନ୍ତି। ଯେମିତି ପୋଷ୍ଟରରେ ରଙ୍ଗ ବୋଳିକି ବାହା ବାହା ନେଉଛନ୍ତି ସେମିତି ନକରିବାକୁ ପରାମର୍ଶ ଦେଇଛନ୍ତି।