କନକ ବ୍ୟୁରୋ: ଗତ ସାଧାରଣ ନିର୍ବାଚନରେ ଇଭିଏମ୍ ଜାଲିଆତି ନେଇ ଅଭିଯୋଗ କରିଛି ବିଜେଡି  । ଏନେଇ ବିଜେଡି ସାଂସଦମାନେ ଗତକାଲି ନିର୍ବାଚନ କମିଶନ ଅଫ୍ ଇଣ୍ଡିଆଙ୍କୁ ଭେଟିଥିଲେ । ଯେଉଁଥିରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଉଦାହରଣ ଦେଇ ଅଭିଯୋଗ କରିଥିଲା ବିଜେଡି । ତେବେ ଏନେଇ ଅଭିଯୋଗ କରି ବିଜେଡି କହିଛି ଯେ, ନିର୍ବାଚନ ପରେ ଓଡ଼ିଶାର ୩୮ ହଜାର ବୁଥରେ ଦଳ ତରଫରୁ ଜିଲ୍ଲପାଳଙ୍କୁ ଡାଟା ମାଗିଲୁ, କିନ୍ତୁ ସେମାନେ ତଥ୍ୟ ଦେଲେନାହିଁ । ଏହା ସର୍ବସାଧାରଣ ଡାଟା, କିନ୍ତୁ ଜିଲ୍ଲାପାଳମାନେ ତଥ୍ୟ ଦେଲେ ନାହିଁ ।  ରାଜ୍ୟ ସରକାର ବୋଧହୁଏ ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି ବୋଲି କଟାକ୍ଷ ଛଳରେ କହିଛନ୍ତି ବିଜେଡି ନେତା । 

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬ ମାସ ଭିତରେ ଅସଙ୍ଗତି ଦେଖିଲୁ । କିଛି ବୁଥରେ ଅସଙ୍ଗତି ଅଛି, ୬ ମାସର ରିସର୍ଚ୍ଚ କରିଛୁ । ତେବେ ନିର୍ବାଚନ କମିଶନରକୁ ପ୍ରଶ୍ନ ସାଟିଫାଇଟ କପି ମାଗିଲେ କାହିଁକି ଦେଉନାହାନ୍ତି ? ନିର୍ବାଚନ ବେଳେ ସନ୍ଧ୍ୟା ୫ ରେ କ୍ଲୋଜ ଅଫ ପୋଲ ହୁଏ ଏବଂ ରାତି ୧୧.୪୫ ରେ ଏଣ୍ଡ ଅଫ ପୋଲ ହୁଏ । ତେବେ ସନ୍ଧ୍ୟା ୫ ରେ ଯେତିକି ଡାଟା ଦେଖେଇଲେ, ରାତି ୧୧.୪୫ ରେ ଡାଟା ଭିନ୍ନ ଆସିଲା ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ ହେଇଛି । 

ଏହାସହ ଗୋଟିଏ ଗୋଟିଏ ବୁଥରେ ଭୋଟ ବଢୁଛି, ତ କମୁଛି । ଏହି ଅସଙ୍ଗତି ପାଇଁ ଦାୟୀ କିଏ ? ଜାଲିଆତି ଫଳାଫଳରେ ଯିଏ ଜିତେ, ସିଏ ଜାଲିଆ ଦଳ ବୋଲି କହି ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । ଏହାସହ ବିଜେଡି ସାଂସଦ ମାନେ ନିର୍ବାଚନ କମିଶନରଙ୍କୁ ଭେଟିଲେ, ବିଜେପି କାହିଁକି ଚିହିଁକି ଉଠୁଛି ବୋଲି ପ୍ରଶ୍ନ କରିବା ସହ ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । 

ସେପଟେ ବିଜେଡି ନେତାଙ୍କ ଏଭଳି ଅଭିଯୋଗ ପରେ ଏହାକୁ କାଉଣ୍ଟର କରି ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ, ସବୁ କ୍ରିୟାର ପ୍ରତିକ୍ରିୟା ଥାଏ । ସେମାନେ ପ୍ରଥମେ ଗଲେ ଗଣମାଧ୍ୟମ ପଚାରିବାରୁ ବିଜେପି ପ୍ରତିକ୍ରିୟା ରଖିଲା । ବିଜେଡି ଅଭିଯୋଗର ନିର୍ବାଚନ କମିଶନ ଫୋରମ ନୁହେଁ । ଯଦି ଅନିୟମିତତା ହୋଇଛି ତା ହେଲେ କୋର୍ଟକୁ ଯାଆନ୍ତୁ ବୋଲି ବିଜେପି ନେତା କହିଛନ୍ତି । ଅନ୍ୟପଟେ କୋର୍ଟରେ କେସ ହେଲେ ବି, ନିର୍ବାଚନ କମିଶନ ପାର୍ଟି ହୁଅନ୍ତି ନାହିଁ । ନିର୍ବାଚନ ବେଳେ ବିଜେଡି ଶାସନ ଥିଲା । ଯଦି ହେରଫେର ହୋଇଥିବ ତାଙ୍କର ଶାସନ ପ୍ରଶାସନ କରିଥିବ । ଏହାସହ ୬ ମାସ ପରେ ବୋଧେ ହଠାତ, ତାଙ୍କ ମନେ ପଡୁଛି ହାରିଗଲେ ବୋଲି କହିବା ସହ କଟାକ୍ଷ କରିଛନ୍ତି ବିଜେପି ସାଂସଦ ।