କନକ ବ୍ୟୁରୋ : ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି । ଯାହାର ପ୍ରଭାବରେ ୩୦ ଜିଲ୍ଲାରେ ରାଜସ୍ବ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଅଫିସରେ ତାଲା ପଡ଼ିଛି, ଚେୟାର ଫାଙ୍କା ପଡ଼ିଛି । ଲୋକେ ରାଜସ୍ବ କାର୍ଯ୍ୟ ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି । ଆଉ ଏଭଳି ସ୍ଥିତି ପାଇଁ ବିଜେଡିକୁ ଦାୟୀ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅମଲା ସଂଘର କିଛି ନେତା ବିଜେଡି ପ୍ରରୋଚନାରେ ଆନ୍ଦୋଳନରେ ବସିଛନ୍ତି । କିନ୍ତୁ ସରକାରଙ୍କୁ ବଦନାମ କଲେ ସାବାଡ କରିବାକୁ ଅନେକ ବାଟ ଅଛି ବୋଲି ଚେତାଇଛନ୍ତି ସୁରେଶ । ଯାହାକୁ କାଉଣ୍ଟର କରି ବିଜେଡି କହିଛି, ଚାଲି ନଜାଣି ବାଟର ଦୋଷ ଦିଅନ୍ତୁନି ମନ୍ତ୍ରୀ ।
ଅମଲା କର୍ମଚାରୀ ଆନ୍ଦୋଳନକୁ ନେଇ ଏଯାଏଁ ନିଷ୍କର୍ଷ ବାହାରିପାରିନି । ଦାବି ପୂରଣ ପ୍ରତିଶ୍ରୁତି ମିଳୁନଥିବାରୁ ଅମଲା କର୍ମଚାରୀମାନେ ଏଯାଏଁ ଜିଦରେ ଅଟଳ ରହିଛନ୍ତି । ଅଫିସରେ ପ୍ରଶ୍ନ ଉଠୁଛି, ଆଲୋଚନା ମାଧ୍ୟମରେ କାହିଁକି ହେଉନି ସମାଧାନ ? ସରକାର-ଅମଲାଙ୍କ ଟଣାଓଟରା ଭିତରେ କାହିଁକି ପେଶି ହେବେ ସାଧାରଣ ଜନତା ? ଛୁଟି ସତ୍ତ୍ବେ ମଧ୍ୟ ଆଜି ଅମଲା ସଂଘ ସହ ଆଲୋଚନା କରିଛନ୍ତି ରାଜସ୍ବମନ୍ତ୍ରୀ । ସୋମବାର ଅମଲା କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇପାରନ୍ତି ବୋଲି ଦେଇଛନ୍ତି ସଂକେତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/23/amala-2025-08-23-19-53-30.jpg)