୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି; ଜାଣନ୍ତୁ, କାହାକୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ?

Advertisment

ଘୋଷଣା ହେଲା ୪ ଜିଲ୍ଲା ବିଜେଡି ସଭାପତି । ଗଞ୍ଜାମ ସହିତ କେନ୍ଦ୍ରାପଡ଼ା, କଳାହାଣ୍ଡି ଏବଂ କଟକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି ଶିବ ପ୍ରସାଦ ଭୋଳ

BJD

BJD Photograph: (KANAK NEWS)

କନକ ବ୍ୟୁରୋ: ଘୋଷଣା ହେଲା ୪ ଜିଲ୍ଲା ବିଜେଡି ସଭାପତି । ଗଞ୍ଜାମ ସହିତ କେନ୍ଦ୍ରାପଡ଼ା, କଳାହାଣ୍ଡି ଏବଂ କଟକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି ଶିବ ପ୍ରସାଦ ଭୋଳ । ଅନ୍ୟପଟେ ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି ବିଜେଡି ମୁଖିଆ । ଏହାସହ କଟକ ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି ପ୍ରଫୁଲ୍ଲ ସିଂ ।

ତେବେ ଏବେ ବି ୪ ଜିଲ୍ଲାରେ ସଭାପତି ବାଛିପାରିନି ବିଜୁ ଜନତା ଦଳ । ଏବେ ବି ୪ ଜିଲ୍ଲାରେ ଦଳ କାହାକୁ ଦାୟିତ୍ୱ ଦେବ ସେନେଇ ଅଙ୍କ ଛିଣ୍ଡିପାରିନି । ଅନ୍ୟପଟେ କଟକ ଜିଲ୍ଲା ସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କୁ ହଟାଇ ପ୍ରଫୁଲ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ । ଗତ କିଛିଦିନ ହେଲା ଦେବାଶିଷ ସାମନ୍ତରାୟ ଏବଂ ବିଜେଡି ଭିତରେ କିଛି ବି ଠିକ୍ ଚାଲିନି । ଖାସ୍ କରି ଓ୍ୱାକଫ୍ ବୋର୍ଡ, ଅପରେସନ୍ ସିନ୍ଦୂର ଆଲୋଚନା ବେଳେ ଦଳ ସହ ଦେବାଶିଷ ସାମନ୍ତରାୟଙ୍କ ମତଭେଦ ସାମ୍ନାକୁ ଆସିଥିଲା  । ଯାହା ପରେ ଦଳ ତାଙ୍କୁ ଆଉ ଭରସା ନ କରିବା ସହିତ କଟକ ଜିଲ୍ଲା ସଭାପତି ଭାବେ ପ୍ରଫୁଲ୍ଲ ସିଂଙ୍କୁ ଦାୟିତ୍ୱ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe