କନକ ବ୍ୟୁରୋ: ବିଜେଡି ଏବଂ କଂଗ୍ରେସ ଶେଷ ହୋଇଯିବ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ବିଜେଡ଼ିରେ ଧାଁଦୌଡ଼ ଲାଗିଛି । ସେମାନେ ବିଜେପିକୁ ଆସିବାକୁ ଚାହୁଁଛନ୍ତି । ପାର୍ଟି ଭାଙ୍ଗି ଆମ ସହିତ ଆସିବାକୁ ଚାହୁଁଛନ୍ତି । ଆମେ ତାଙ୍କୁ ସିମ୍ପାଥି ଦେବାକୁ ଚାହୁଁନାହୁଁ । ଦୁଇ ଜଣ ସାଂସଦ ଆସିଛନ୍ତି ଆଉ ଅନେକ ଆମ ସହିତ ସମ୍ପର୍କ କରୁଛନ୍ତି । ବିଜେଡ଼ିର ଅନେକ ବିଧାୟକ ବିଜେପିକୁ ଆସିବାକୁ ଆମ ସହ ଯୋଗାଯୋଗରେ ଅଛନ୍ତି କିନ୍ତୁ ଆମେ ଏବେ ସେମାନଙ୍କୁ ନେବାକୁ ଚାହୁଁନାହୁଁ । ଆମେ ସ୍ପଷ୍ଟ ବହୁମତ ସହିତ ଅଛୁ ତେଣୁ ଆମେ ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ତୋମାର ।
ବିଜୟ ପାଲ ସିଂ ତୋମାରଙ୍କ ବିସ୍ଫୋରକ ବୟାନ : ଓଡିଶାରେ ଭାଙ୍ଗିଯିବ ବିଜେଡି ଓ କଂଗ୍ରେସ
ବିଜେଡି ଏବଂ କଂଗ୍ରେସ ଶେଷ ହୋଇଯିବ । ଏଭଳି ବିଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଆମେ ସ୍ପଷ୍ଟ ବହୁମତ ସହିତ ଅଛୁ ତେଣୁ ଆମେ ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ତୋମାର ।
/kanak/media/media_files/2024/11/12/tna3QNTs32LWGagaB1TT.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)