କନକବ୍ୟୁରୋ : ବିଜେଡିର ସରକାର ଗଢିବା ପ୍ରତିକ୍ରିୟା ପରେ ,ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି , ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ ଏହା ନିଶ୍ଚିତ ସ୍ଵାଗତ ଯୋଗ୍ୟ କିନ୍ତୁ ଏଠି ପ୍ରଶ୍ନ ବିଜେଡ଼ି ଦଳ ରହିଲେ ତ । ବିଜେଡ଼ିର ଆୟୁଷ ବହୁତ କମ୍ । ଏବେ ତ ବିଜେଡ଼ି ସାଲାଇନ ସହ ଆଇସିୟୁରେ ଅଛି ।
ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି । ତେବେ ଏଠି ପ୍ରଶ୍ନ ନେତୃତ୍ୱ କାହିଁ ? ବିଜେଡ଼ି ତ ଲିଜ୍ ରେ ଚାଲିଥିଲା । କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଲେ । କୌଣସି କର୍ମୀ କଥା ରହିଲାନି । ତେଣୁ ଦଳ ରହିବା ପରେ ହିଁ ସରକାର ଗଢିବା କଥା କହିବେ । ସୂଚନା ଅନୁଯାୟୀ ଗତକାଲି ଅତନୁ ସବ୍ୟସାଚୀ ବିସ୍ପୋରକ ବୟାନ ଦେଇଥିଲେ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି । ଆମର ୫୧ କଂଗ୍ରେସର ୧୪ ଓ ସ୍ୱାଧୀନର ୩ ବିଧାୟକଙ୍କର ସର୍ମଥନ ରହିଛି । ଆଉ ମାତ୍ର ୮-୧୦ ବିଧାୟକ ଦରକାର ୫ମାସ ହେଲାଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାନ୍ତି ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି । ୫ ମାସ ହେବ ସମସ୍ତ ବିକାଶ କାମ ଷ୍ଟପ ହୋଇ ପଡିଛି । ତେଣୁ ଖୁବଶିଘ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅତନୁ ମନ୍ତବ୍ୟ ଦେଇଥିଲେ ।