କନକ ବ୍ୟୁରୋ : ଇଏ ହେଉଛି ଯୋଜନା ଓ ସଂଯୋଜନା ବିଭାଗର ଚିଠି । ଆର୍ଥିକ ବର୍ଷ ବଜେଟ୍‌କୁ ୫ ମାସ ବିତିଲାଣି । ବଜେଟ୍‌ ବଢ଼ିଛି ହେଲେ ଖର୍ଚ୍ଚ କରିପାରୁନାହାନ୍ତି ବିଭାଗ । ଏଯାଏଁ ୭ ବିଭାଗର ଖର୍ଚ୍ଚ ସନ୍ତୋଷଜନକ ହୋଇନି । ଚଳିତମାସ ୧୧ରୁ ୧୩ ତାରିଖ ଯାଏଁ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବଜେଟ୍‌ ଖର୍ଚ୍ଚ ସମୀକ୍ଷା ହୋଇଥିଲା । ଏହି ସମୟରେ ୭ ବିଭାଗର ଖର୍ଚ୍ଚ ନୈରାଶ୍ୟଜନକ ଥିବା ଦର୍ଶାଯାଇଛି । ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଶକ୍ତି ବିଭାଗ, ଉଚ୍ଚଶିକ୍ଷା, ଅନୁସୂଚିତ ଜାତି-ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ନିରୁତ୍ସାହଜନକ ରହିଛି । ତେବେ ମହିଳା ଓ ଶିଶୁକଲ୍ୟାଣ ବିଭାଗର ବଜେଟ୍‌ ଖର୍ଚ୍ଚ ଉତ୍ସାହଜନକ ରହିଛି । ସବୁଠାରୁ ବଡ଼ କଥା ହେଲା

Advertisment

- କ୍ରୀଡ଼ା ବିଭାଗ ୨% ଅର୍ଥ ଖର୍ଚ୍ଚ କରିପାରିନାହିଁ
- ବାଣିଜ୍ୟ ଓ ପରିବହନ ବିଭାଗ ଅଗଷ୍ଟ ୭ ସୁଦ୍ଧା ୨୩.୬୬ % ବଜେଟ୍‌ ଅର୍ଥ ଖର୍ଚ୍ଚ କରିଛି
- ଶକ୍ତି ବିଭାଗ ଅଗଷ୍ଟ ୮ ସୁଦ୍ଧା ୬.୯୩ % ଅର୍ଥ ଖର୍ଚ୍ଚ କରିଛି
- ଉଚ୍ଚଶିକ୍ଷା ବିଭାଗ ୧୨ ଅଗଷ୍ଟ ସୁଦ୍ଧା ୧୬.୧%, ଏସ୍‌ସି-ଏସ୍‌ଟି ୧୩.୦୧ ଅର୍ଥ ଖର୍ଚ୍ଚ କରିଛନ୍ତି
- ନଗର ଉନ୍ନୟନ ବିଭାଗ ଜୁଲାଇ ଶେଷ ସୁଦ୍ଧା ୧୯.୩୯% ଟଙ୍କା ଖର୍ଚ୍ଚ କରିଛି
- ଗ୍ରାମ୍ୟ ଉନ୍ନୟନ ବିଭାଗର ୨୨.୨୩% ଅର୍ଥ ଖର୍ଚ୍ଚ ହୋଇଛି

ମୁଖ୍ୟମନ୍ତ୍ରୀ ସବୁ ବିଭାଗକୁ ଖର୍ଚ୍ଚ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ବି ସଚିବସ୍ତରୀୟ ବୈଠକରେ ବାରମ୍ବାର ତାଗିଦ କରିଥିଲେ ଖର୍ଚ୍ଚ କରିବାକୁ ତା’ସତ୍ତ୍ବେ କିଛି ପ୍ରମୁଖ ବିଭାଗର ବଜେଟ୍‌ ଟଙ୍କା ଏ ଯାଏଁ ଖର୍ଚ୍ଚ ହୋଇନଥିବାରୁ ସରକାରଙ୍କ ଯୋଜନାର ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ।