କନକ ବ୍ୟୁରୋ : ବିଷାକ୍ତ ସାପ କାମୁଡାରେ ବାପ ଝିଅଙ୍କ ମୃତ୍ୟୁ । ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଚାରିଛକ ଅଞ୍ଚଳରେ । ଗତ ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ବାପା ସୁଶାନ୍ତ କହଁର ଏବଂ ନାବାଳିକା ଝିଅ ପ୍ରୀତି କହଁରଙ୍କୁ କାମୁଡିଥିଲା । ସାପ କାମୁଡିବା ଜାଣି ବାପା ଚିତ୍କାର କରିଥିଲେ । ଚିତ୍କାର ଶୁଣି ପରିବାର ଲୋକେ ଏବଂ ସାହି ପଡ଼ିଶା ଲୋକ ଉଠିଯାଇଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବାପା ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସୁଶାନ୍ତଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତ ସୁଶାନ୍ତ କହଁରଙ୍କ ଘର ଫୁଲବାଣୀ ବ୍ଲକ୍ ଗୁମାଗଡ ଗାଁରେ। ସେ ବୌଦ୍ଧ ଚାରିଛକ ଅଞ୍ଚଳରେ ଶିକ୍ଷକତା କରୁଥିଲେ ଏବଂ ସପରିବାର ଚାରିଛକରେ ରହୁଥିଲେ।