କନକ ବ୍ୟୁରୋ : ଧରାବତରଣ କରିଛନ୍ତି ଦେବଶିଳ୍ପୀ । ଚଳଚଂଚଳ ବନ୍ଦରନଗରୀ ପାରାଦୀପ। ରଙ୍ଗବେରଙ୍ଗ ଆଲୋକ ମାଳା  ସାଂଗକୁ ସୁସଜ୍ଜିତ ସୁଉଚ୍ଚ ତୋରଣ କରିଛନ୍ତି ପୂଜାକମିଟି। କେଉଁଠି ରାମ ମନ୍ଦିରର ଭ୍ରମ ସୃଷ୍ଟି କରୁଛି ତ କେଉଁଠି ବାଉଁଶ ପାତିଆ ଓ ଟେରାକୋଟାର କାରିଗରୀ ମେଢ଼କୁ ଆକର୍ଷଣୀୟ କରିଛି । ଅନେକ ପୂଜା ମଣ୍ଡପରେ ନିର୍ମାଣ ଦେବତା ବିଶ୍ୱକର୍ମାଙ୍କ ସହିତ ବିଭିନ୍ନ ଦେବାଦେବୀ, ରାମାୟଣ, ମହାଭାରତ ଓ ଗାଁ ପରିବେଶ ଚିତ୍ରକୁ ଅତି ସୁନ୍ଦର  ଭାବରେ ନିର୍ମାଣ କରିଛନ୍ତି ଶିଳ୍ପୀ। ଯାହା ଚଳିତ ବର୍ଷର ପାରାଦୀପ ବିଶ୍ୱକର୍ମା ପୂଜାକୁ ଆକର୍ଷଣୀୟ କରିଛି ।

Advertisment