ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶା ; ଜର୍ମାନୀରୁ ଭୁବନେଶ୍ବର ହୋଇ ଯାଇଥାନ୍ତା ବ୍ୟାଙ୍କକ୍

ଭୁବନେଶ୍ବର ବିମାନବନ୍ଦରରୁ ଜର୍ମାନୀ ମାରିଜୁଆନା ଜବତ । ବିସ୍କୁଟ ପ୍ୟାକେଟରେ ଚାଲାଣ ହେଉଥିଲା ୪ କୋଟିର ନିଶା ଦ୍ରବ । ଜର୍ମାନୀରୁ ଭୁବନେଶ୍ବର ହୋଇ ଯାଇଥାନ୍ତା ବ୍ୟାଙ୍କକ୍ । ଜଣେ କେରଳୀ ମହିଳା ଗିରଫ । 

Screen Shot 2025-01-15 at 9.40.14 AM

କନକ ବ୍ୟୁରୋ: ବ୍ୟାଙ୍କକରୁ ଭୁବନେଶ୍ବର । ବିସ୍କୁଟ ପ୍ୟାକେଟରେ ଚାଲାଣ ହେଉଥିଲା ୪ କୋଟିର ନିଶାଦ୍ରବ୍ୟ । ତେବେ ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ଏହାକୁ ଭୁବନେଶ୍ବର ବିମାନବନ୍ଦରରୁ ଜବତ କରଛି ଡିଆରଆଇ ସ୍କ୍ବାର୍ଡ । 

ମିଳିଥିବା ସୂଚନା ମୁତାବକ, ବିସ୍କୁଟ ପ୍ୟାକେଟରେ ବେଶ ଚତୁରତାର ସହ ଜର୍ମାନୀ ପ୍ରସ୍ତୁତ ନିଶାଦ୍ରବ୍ୟ ମାରିଜୁଆନା ଆଣିଥିଲେ କେରଳ ଯୁବକ । ଏନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଡିଆରଆଇ ଟିମ ଓ କଷ୍ଟମ ବିଭାଗ ଚଢାଉ କରି ବିମାନବନ୍ଦରରୁ ଯୁବକଙ୍କ ଠାରୁ ମାରିଜୁଆନା ଜବତ କରିଥିଲେ । ଜବତ ନିଶା ଦ୍ରବ୍ୟର ଓଜନ ପାଖାପାଖି ୪ କିଲୋ ରହିଥିବା ବେଳେ ଏହାର ଦାମ ୪ କୋଟି ଟଙ୍କା ଆକଳନ କରାଯାଇଛି।  ଚାଲାଣକାରୀକୁ ଅଟକ ରଖି ପଚରାଉଚରା କରାଯାଉଛି। 

ପ୍ରାଥମିକ ସୂଚନାନୁସାରେ, ଏହି ଅଣଓଡ଼ିଆ ଯୁବକଜଣକ ଏକ ଏଜେନ୍ସି ପାଇଁ କାମ କରୁଛି । ତାଙ୍କୁ ଚାଲାଣକାରୀ ଭାବେ ନିଯୁକ୍ତି ମିଳିଛି ଏବଂ ଅଗ୍ରିମ ଆକାରରେ ସେ କିଛି ଟଙ୍କା ପାଇଛନ୍ତି ଏବଂ ଭାରତରେ ମାରିଜୁଆନା ପହଞ୍ଚାଇବା ପରେ ତାଙ୍କୁ ତାଙ୍କର ପୂରା ପ୍ରାପ୍ୟ ମିଳିବାର ଥିଲା । ମାତ୍ର ଉକ୍ତ ଏଜେନ୍‌ସି କିଏ, ସେମାନେ କେଉଁଠିକୁ ନିଶା ପଠାଉଥିଲେ, ଯୁବକଙ୍କଠାରୁ କିଏ ନିଶା ଗ୍ରହଣ କରିଥାନ୍ତା, ସେନେଇ କିଛି ତଥ୍ୟ ପଦାକୁ ଆସିପାରିନାହିଁ । ଏହାପୂର୍ବରୁ ମଧ୍ୟ ଚଳିତମାସ ୪ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରୁ ୧୦ କେଜି ମାରିଜୁଆନା ଜବତ କରାଯାଇଥିଲା । ଓଡ଼ିଶାରେ ଏହି ଦାମୀ ନିଶା କିଏ ନେଉଛି ତାହା ଖୋଜି ପାଇବା ଏବେ ପୋଲିସ ଓ ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe