ଗୋଟେପଟେ ଜନ୍ମଦିନ ଶୁଭେଚ୍ଛା, ଅନ୍ୟପଟେ ଶାଣିତ ଆକ୍ରମଣ । ଜର୍ଜ ସୋରୋସ ସଂସ୍ଥା ସହ ସୋନିଆ ଗାନ୍ଧୀଙ୍କ ନାଁ ଯୋଡି ସଂସଦରେ କଂଗ୍ରେସକୁ ଘେରିଲା ବିଜେପି ।

222222

କନକ ବ୍ୟୁରୋ: ଆଦାନୀ, ଚାଷୀ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦର ଶୀତ ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଆଜିର ଚିତ୍ର କିଛି ଅଲଗା ରହିଥିଲା । ଆଜି କଂଗ୍ରେସକୁ ଟାର୍ଗେଟ କରିବାକୁ ବିଜେପି ମିଳିଛି ବଡ ପ୍ରସଙ୍ଗ । ଭାରତ ବିରୋଧୀ ଆମେରିକା ସଂସ୍ଥାର ମାଲିକ ଜର୍ଜ ସୋରୋସଙ୍କ ସହ ସୋନିଆ ଗାନ୍ଧୀଙ୍କ ସର୍ମ୍ପକକୁ ନେଇ ଆଜି ଉଠିଛି ପଡିଛି ରାଜ୍ୟସଭା  ।

ଗୋଟିଏ ଦିଗରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦୀନରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟପକ୍ଷରେ ହଙ୍ଗେରୀ ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ସହ ସୋନିଆଙ୍କ ସମ୍ପୃକ୍ତି ଅଭିଯୋଗରେ ଆଜି ସଂସଦ ଚଳାଇ ଦେଇ ନାହାଁନ୍ତି ଶାସକ ବିଜେପି ।

ଭାରତ ସରକାରଙ୍କୁ ଅସ୍ଥିର କରିବା ପାଇଁ ସୋନିଆ ଗାନ୍ଧୀ, ବିଭିନ୍ନ ଫାଉଣ୍ଡେସନ ମାଧ୍ୟମରେ ଜର୍ଜଙ୍କଠାରୁ ଆର୍ଥିକ ସହାୟତା ନେଇଥିଲେ ବୋଲି ବିଜେପି ସାଂଘାତି ଅଭିଯୋଗ ଆଣିଛି । ମାତ୍ର ଆଦାନୀ ପ୍ରସଙ୍ଗକୁ ନେଇ କିଛି ଦିନ ହେବ ଆତ୍ମରକ୍ଷା ପାଇଁ ବିଭିନ୍ନ ଉପାଉଥିବାବେଳେ ବିଜେପି ପାଇଁ ଏହି ପ୍ରସଙ୍ଗ ବରଦାନ ସଦୃଶ ହୋଇଛି । ଏବେ ଦେଖିବା କ’ଣ କହୁଛି  ସୋନିଆଙ୍କ ଉପରେ ବିଜେପିର କି ଅଭିଯୋଗ ରହିଛି ।

ସୋନିଆ ଓ ସୋରୋସ
ବିଜେପିର ଅଭିଯୋଗ
ଏଫଡିଏଲ୍-ଏପି ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ସୋନିଆ ଗାନ୍ଧି
ଏହା ଜର୍ଜ ସୋରୋସ୍ ଫାଉଣ୍ଡେସନ୍ ଦ୍ୱାରା ଅନୁଦାନ ପ୍ରାପ୍ତ ଏକ ସଂଗଠନ
ଜର୍ଜ ସୋରୋସଙ୍କ ଫାଉଣ୍ଡେସନରୁ କଂଗ୍ରେସକୁ ପୁଳାପୁଳା ଟଙ୍କା ମିଳେ
ମୋଦୀ ସରକାରଙ୍କ ବଦନାମ, କାଶ୍ମୀର ବିରୋଧୀ, ଦେଶର ଅର୍ଥନୀତିକୁ ବାଧା ଦିଏ ସୋରୋସ ଗ୍ରୁପ
ଏବେ ନଜର ଜାଣିବା କିଏ ଏହି ଜର୍ଜ ସୋରୋସ ।ଯାହାଙ୍କ ସହ ସୋନିଆଙ୍କ ନାଁ ଯୋଡାଯିବା ପରେ ଜାତୀୟ ରାଜନୀତିରେ ତର୍କବିତର୍କ ଆରମ୍ଭ ହୋଇଛି ।
କିଏ ଏହି ଜର୍ଜ ସୋରୋସ?
ସୋରୋସଙ୍କ ହଙ୍ଗେରୀ ଜନ୍ମିତ
ପାର୍ଟ ଟାଇମ ଚାକିରି ପରେ ରେଲୱେରେ ୱେଟର ଥିଲେ
୧୯୫୬ରେ ଆମେରିକା ଚାଲିଯାଇଥିଲେ ଜର୍ଜ
୧୯୯୭ରେ ଅଭିଯୋଗ ଆସିଲା ଥାଇଲ୍ୟାଣ୍ଡର ମୁଦ୍ରାକୁ ଜୁଆରେ ଲଗେଇ ମୁଦ୍ରାକୁ ଦୁର୍ବଳ କରିଥିଲେ
ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ କିଛି କାରଣ ପାଇଁ ସୋରୋସଙ୍କୁ ଦାୟୀ କରିଥିଲେ
ଆମେରିକାର ଅରବପତି ମଧ୍ୟରୁ ଜର୍ଜ ଅନ୍ୟତମ
କୁହାଯାଏ ରାଜନିତୀ ଓ ସରକାରକୁ ବଦଳାଇବା ପାଇଁ ଅର୍ଥ ପ୍ରଦାନ କରିଥାନ୍ତି ଜର୍ଜ
ଜର୍ଜ ବ୍ୟାଙ୍କ ଅଫ ଇଂଲଣ୍ଡକୁ ବରବାଦ କରିଥିବା ଅଭିଯୋଗ ଆସିଥିଲା
ଭାରତ ସମେତ ବିଭିନ୍ନ ଦେଶକୁ ବଦନାମ କରିଥାନ୍ତି
ତାଙ୍କ ଫାଉଣ୍ଡେସନ ଭାରତରେ୧୯୯୯ ପଂହଚିଥିଲା

ସଂସଦର ଶୀତ ଅଧିବେଶନରେ ପ୍ରସଙ୍ଗ ଉଠାଇ ବିଜେପି ପ୍ରଦର୍ଶନ ଆରମ୍ଭ କରିଛି । ସେପଟେ ଅଧିବେଶନ ସରିବା ପରେ ମଧ୍ୟ ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଜାରି ରହିବା ସମ୍ଭାବନା ରହିଛି । କାରଣ ଆଦାନୀ ପ୍ରସଙ୍ଗ ଭିତରେ କଂଗ୍ରେସକୁ ଟକ୍କର ଦେବାକୁ ବିଜେପି ମିଳିଛି ସୋରୋସ ପ୍ରସଙ୍ଗ । ଯାହାକୁ ଦଳ ହାତଛଡା କରିବାକୁ ଆଦୗ ଚାହିଁବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe