କନକ ବ୍ୟୁରୋ : ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ବେଶ୍ ଆଡମ୍ବର ସହ ପାଳିତ ହୋଇଛି । ଭୁବନେଶ୍ୱର ସ୍ଥିତ ସମ୍ବାଦ ଭବନରେ ଆୟୋଜିତ ହୋଇଥବା କାର୍ଯ୍ୟକ୍ରମରେ ପ୍ରଥମେ କ୍ୟାମ୍ପସ ପରିସରରେ ଥିବା ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥି ସହିତ ପରେ ସମ୍ବାଦ କାର୍ଯ୍ୟାଳୟରେ ଆୟୋଜିତ ରକ୍ତ ଦାନ ଶିବିର ବୁଲି ରକ୍ତ ଦାତାଙ୍କ ସହ କଥା ହୋଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
ଏହାସହ କାର୍ଯ୍ୟାଳୟ ପରିସରରେ ଜନ୍ମଦିନ ମଞ୍ଚରେ ଅଧ୍ୟକ୍ଷଙ୍କୁ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ବ୍ୟକ୍ତିଙ୍କ ସହ ସମ୍ବାଦ, କନକ ନ୍ୟୁଜ୍, ଏବଂ ରେଡିଓ ଚକଲେଟ୍ର କର୍ମଚାରୀମାନେ ଶୁଭେଚ୍ଛା ଜଣାଇଥିଲେ । ମଞ୍ଚରେ ବିଭିନ୍ନ ରାଜନେତା, ସାହିତ୍ୟିକ ଏବଂ ବୁଦ୍ଧିଜୀବୀ ମାନେ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ଏକ ବୃତ୍ତ ଚିତ୍ର ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ପ୍ରଦର୍ଶିତ ହୋଇଥିଲା । ଶେଷରେ ଛେନାପୋଡ଼ କାଟି ଶୁଭେଚ୍ଛୁଙ୍କୁ ଖୁଆଇ ଥିଲେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/18/soumya-ranjan-patnaik-birthday-2025-08-18-22-53-15.jpg)