କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର କୁଟୁନିଆଁ ପଞ୍ଚାୟତରେ ରହିଛି ବିର୍ସାମୁଣ୍ଡା ପୋଖରୀ । ପୋଖରୀଟି ପାହାଡ଼ ପାଦ ଦେଶରେ ଥିବାରୁ ବର୍ଷା ଦିନରେ ପାଣି ରହିଥାଏ। ପୋଖରୀ ପାଣିକୁ ଭରସା କରି ରାଜଗାଙ୍ଗପୁର ବ୍ଲକର କୁଟୁନିଆଁ ପଞ୍ଚାୟତର ଲୋକମାନେ ଚାଷ କରିଥାନ୍ତି । ୨୦୦ ଏକର ଜମିରେ ଧାନ, ଗହମ, ପନିପରିବା ଚାଷ ହୋଇଥାଏ । ହେଲେ ୧୦ ବର୍ଷ ହେଲା ପୋଖରୀଟି ପୋତି ହୋଇପଡ଼ିଛି । ଫଳରେ ଚାଷୀ, ଜଳସେଚନ ସମସ୍ୟାରେ ଘାଣ୍ଟି ହେଉଥିବା ଅଭିଯୋଗ କରିଛନ୍ତି।
ରାଜଗାଙ୍ଗପୁର ବ୍ଲକ ପକ୍ଷରୁ ପ୍ରତି ବର୍ଷ ମନରେଗାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ୧୩ ଏକର ପରିମିତ ବିର୍ସାମୁଣ୍ଡା ପୋଖରୀର ପୁନରୁଦ୍ଧାର ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଚାଷୀଙ୍କୁ ଜଳସେଚନ ସୁବିଧା ମିଳୁନି । ସେଥିପାଇଁ ବ୍ଲକ ଅଧକ୍ଷ୍ୟା, ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ମଧ୍ୟ କେହି ଆଦୌ ଧ୍ୟାନ ଦେଉ ନାହାନ୍ତି । ଯଦି ରାଜ୍ୟ ସରକାରଙ୍କ ଜନସେଚନ ବିଭାଗ କିମ୍ବା ମୃତିକା ସଂରକ୍ଷଣ ବିଭାଗ ପୋଖରୀଟିର ପୁନଃ ଉତ୍ଥାନ୍ କରନ୍ତେ ତେବେ ଚାଷୀ ଉପକୃତ ହୋଇପାରନ୍ତେ ।