ସୋସିଆଲ୍ ମିଡିଆରେ ବିବାହ ବେଳର ଏମିତି ଅନେକ ଭିଡ଼ିଓ ଭାଇରାଲ୍ ହୁଏ ଯାହାକୁ ଦେଖି ବେଳେବେଳେ ହସ ଲାଗେ , ଆଉ ସମ୍ବେଦନଶୀଳ ଭିଡ଼ିଓଟି ଥିଲେ ବେଳେବେଳେ ଆଖି ଜକେଇ ମଧ୍ୟ ଆସେ । ବରକନ୍ୟାଙ୍କ ଏଣ୍ଟ୍ରିଠାରୁ ଆରମ୍ଭ କରି ବରଯାତ୍ରୀଙ୍କ ନାଗିନ୍ ଡ୍ୟାନ୍ସ ପର୍ଯ୍ୟନ୍ତ ସବୁ ଦେଖିବାକୁ ଭାରି ମଜା ଲାଗେ । ସବୁଠୁ ମଜେଦାର୍ ସମୟ ଟି ହେଲା ବରଯାତ୍ରୀଙ୍କ ଡ୍ୟାନ୍ସ । କିଏ ତଳେ ଗଡ଼ି ଗଡ଼ି ନାଚୁଥିବେ ତ ଆଉ କିଏ ମୁଣ୍ଡରେ ଓଢଣୀ ପକାଇ ନାଚୁଥିବେ । ଭିଡ଼ିଓ କ୍ୟାମେରାର ମୁଖ୍ୟ ଆକର୍ଷଣ କହିଲେ ହିଁ ବରଯାତ୍ରୀ ଡ୍ୟାନ୍ସ । 

Advertisment

ser

କିନ୍ତୁ ଏହି ନାଚ ହିଁ ଜଣେ ବରଙ୍କ ପାଇଁ ଭାରି ପଡ଼ିଯାଇଛି । ସୋସିଆଲ୍ ମିଡ଼ିଆ ଏକ୍ସରେ ଏକ ଇଂରାଜୀ ଖବରକାଗଜର ଫ୍ରଣ୍ଟ୍ ଲାଇନରେ ଥିବା ଖବରଟି ଏବେ ଭାଇରାଲ୍ ହେବାରେ ଲାଗିଛି । ଖବରକାଗଜରେ ଲେଖାହୋଇଛି ଯେ ଚୋଲି କେ ପିଛେ କ୍ୟା ହେ ଗୀତରେ ଡ୍ୟାନ୍ସ କରିବାରୁ ବର ଉପରେ ରାଗିଗଲେ ଶ୍ବଶୁର ଏବଂ ଭାଙ୍ଗିଦେଲେ ବାହାଘର । ବରର ସାଙ୍ଗମାନେ ବାଧ୍ୟ କରିବାରୁ ସେ ବଲିଉଡ୍ ଗୀତରେ ନାଚିଥିଲେ ତେଣୁ ୟୁଜର୍ସ କମେଣ୍ଟରେ ଲେଖୁଛନ୍ତି ଯେ , ସାଙ୍ଗମାନଙ୍କ ପାଇଁ ବର ହେଲା ବଦନାମ୍ । ଆଉ କିଏ ଲେଖୁଛନ୍ତି ‘ଗ୍ରୁମ୍ ଅଫ୍ ଦି ଇୟର୍’ । ଅନ୍ୟଜଣେ ୟୁଜର ଲେଖୁଛନ୍ତି , ଆରେଞ୍ଜ ମ୍ୟାରେଜ୍ ଥିଲା ନା ଏଲିମିନେସନ୍ ରାଉଣ୍ଡ ଚାଲିଥିଲା ଯେ ଶ୍ବଶୁର ବାହାଘର ଭାଙ୍ଗିଦେଲେ? 

fdergtfegtf

ଭାଇରାଲ୍ ପୋଷ୍ଟ୍ ମୁତାବକ , ଜାନୁଆରୀ ୧୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ବାହାଘର ଅଚାନକ ଭାଙ୍ଗିଗଲା । ଯାହାର କାରଣ ଶୁଣିଲେ ଯେ କେହି ବି ଚକିତ ହେଉଛନ୍ତି । ସାଙ୍ଗମାନଙ୍କ ସହ ମଜା ଭିତରେ ବର ବଲିଉଡ୍ ଗୀତରେ ଡ୍ୟାନ୍ସ କରିଥିଲେ । ବର ସହ ପରିବାର ମଧ୍ୟ ନାଚିଥିଲେ କିନ୍ତୁ ଏଭଳି ନାଚ ପସନ୍ଦ ଆସିନଥିଲା ଶ୍ବଶୁରଙ୍କୁ । ନିଜ ମୌଳିକ ଚିନ୍ତାଧାରାରୁ ଅଲଗା ବ୍ୟବହାରକୁ ଦେଖି ରାଗିଗଲେ ଶ୍ବଶୁର ଏବଂ ହସଖୁସିରେ ଆରମ୍ଭ ହେବାକୁ ଥିବା ବାହାଘରକୁ ଅଧାରୁ ହିଁ ଭାଙ୍ଗିଦେଲେ ।

sdfwesdfwef

ବିବାହ ଭାଙ୍ଗିବାକୁ ନେଇ କନ୍ୟା ଭୋ ଭୋ ହୋଇ କାନ୍ଦିଥିଲେ ହେଁ ବାପାଙ୍କ ମନ ତରଳି ନଥିଲା । ବର ଶ୍ବଶୁରଙ୍କ ଗୋଡ଼ହାତ ଧରି କ୍ଷମା ମାଗିଥିଲେ ବି ବିବାହକୁ ନ କରାଇବା ପାଇଁ ଜିଦ୍ ଧରିଥିଲେ ଭାବି ଶ୍ବଶୁର । ଆଉ ଅଧାରେ ରହିଲା ବାହାଘର , ଶିଶୂପାଳ ହୋଇ ଘରକୁ ଫେରିଲା ବର । ଲୋକେ କହିଲେ ବାହାଘର ଭାଙ୍ଗିଦେଲା ବଲିଉଡ୍ ଗୀତ ।