କନକ ବ୍ୟୁରୋ : ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ୍ । ଆଜି ଚିଲିକା ବିହଙ୍ଗ ମହୋତ୍ସବ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ହେବ, ସେନେଇ ବିଭାଗ ବିଚାର କରୁଛି । ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ବା ସିଡିଏ ସହ ପର୍ୟ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ବିଭିନ୍ନ ଦେଶରୁ ଅନେକ ଅତିଥି ଓଡ଼ିଶା ଆସୁଛନ୍ତି । ସେହି ପ୍ରବାସୀ ଭାରତୀୟଙ୍କୁ ଚିରଶୋଭାମୟୀ ଚିଲିକାର ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ମିଳିବ । ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ ଏହି ତିନି ମାସ ଭିତରେ ଲକ୍ଷ ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି । ଚିଲିକା ଓ ଏହା ସହ ଜଡିତ ପକ୍ଷୀ, ଡ଼ଲଫିନ ଏବଂ ପର୍ଯ୍ୟଟନ ପ୍ରଚାର କରିବା ପାଇଁ ଏହି ଚିଲିକା ବିହଙ୍ଗ ମହୋତ୍ସବ ପାଳନ କରାଯାଉଛି ।
ଚିଲିକାରେ ହେବ ବାର୍ଡ ମ୍ୟୁଜିଅମ୍ ; ପଞ୍ଚମ ଚିଲିକା ବିହଙ୍ଗ ମହୋତ୍ସବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା
ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ୍ । ଆଜି ଚିଲିକା ବିହଙ୍ଗ ମହୋତ୍ସବ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ହେବ, ସେନେଇ ବିଭାଗ ବିଚାର କରୁଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)