ଚିକେନ୍‌ ଖାଉଥିଲେ ସାବଧାନ ; ମଣିଷ ପାଇଁ ବାର୍ଡ ଫ୍ଲୁ ଭୂତାଣୁ ଆଣିପାରେ ବିପଦ

ଚିକେନ୍‌ ଖାଉଥିଲେ ସାବଧାନ ।  ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍ ମଣିଷ ପାଇଁ ଆଣିପାରେ ବିପଦ । ଆଇଆଇଏସସିର ଗବେଷଣାରୁ ସୂଚନା ।  ପିପିଲି, ଖୋର୍ଦ୍ଧାରେ ମାଡ଼ିଛି ସଂକ୍ରମଣ  ।

21

କନକ ବ୍ୟୁରୋ: ଚିକେନ୍ ଖାଉଥିଲେ ସାବଧାନ । ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍ ମଣିଷ ପାଇଁ ବିପଦ । ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଆଇଏସ୍‌ସିର ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ ,ବାର୍ଡ ଫ୍ଲୁ ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ ସମ୍ଭାବ୍ୟ ବିପଦ ହୋଇପାରେ । 

ଆଇଆଇଏସ୍‌ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ ସାନୁଲାଙ୍କ ନେତୃତ୍ୱରେ ଗବେଷକମାନେ ଆବିଷ୍କାର କରିଛନ୍ତି ଯେ, ବର୍ତ୍ତମାନ ପ୍ରସାରିତ ୨.୩.୪.୪ବି ଭୂତାଣୁର ଜିନୋମ୍‌ରେ ନିର୍ଦ୍ଦିଷ୍ଟ ମ୍ୟୁଟେସନ ହୋଇଛି ଯାହା ମାନବଦେହକୁ ନିଜର ବୃଦ୍ଧି ପାଇଁ ଅନୁକୂଳ କରିପ‌ାରେ । ବାୟୋକେମେଷ୍ଟ୍ରି ବିଭାଗର ପ୍ରୋଜେକ୍ଟ ଆସୋସିଏଟ ତଥା ଅଧ୍ୟୟନର ପ୍ରଥମ ଲେଖକ ରଞ୍ଜନା ନଟରାଜ କହିଛନ୍ତି, ଏହି କ୍ଲେଡ୍‌ରେ ମହାମାରୀ ସୃଷ୍ଟି କରୁଥିବା ମାନବ ଇନଫ୍ଲୁଏଞ୍ଜା ଷ୍ଟ୍ରେନ୍‌ର ସମାନ ଗୁରୁତ୍ୱପୂର୍ଣ୍ଣ ମ୍ୟୁଟେସନ୍ ରହିଛି, ଯାହା ଏକ ବଢ଼ୁଥିବା ବିପଦ ହୋଇପାରେ । ଏଚ୍‌୫ଏନ୍‌୧ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ତିନି ଦଶନ୍ଧି ପୂର୍ବେ ପ୍ରଥମେ ପକ୍ଷୀମାନଙ୍କଠାରେ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଧୀରେ ଧୀରେ ମଣିଷକୁ ପ୍ରବେଶ କରିଛି । ଯେତେବେଳେ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ କୌଣସି ନୂତନ ଜୀବ ଦେହରେ ପ୍ରବେଶ କରେ, ସେତେବେଳେ ଏହା ଜେନେଟିକ୍ ମ୍ୟୁଟେସନ୍ ବିକଶିତ କରିପାରେ । ଏହା ଭୂତାଣୁକୁ ନୂତନ ଜୀବ ସହ ଖାପ ଖୁଆଇବାରେ ସାହାଯ୍ୟ କରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe