କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ବ୍ଲାର୍ଡ ଫ୍ଲୁ ଆତଙ୍କ । ରାସ୍ତାକଡ଼ ନାଳରେ ଭାସୁଛି ମଲା କୁକୁଡ଼ା । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ନରସିଂହପୁର ପଞ୍ଚାୟତର ନରସିଂହପୁର ଗାଁରେ ଶହ ଶହ ମଲା କୁକୁଡ଼ା ପଡିଥିବା ଦେଖିବାକୁ ମିଳିଛି । କୁକୁଡ଼ାଙ୍କୁ ଅଖାରେ ବାନ୍ଧି ରାସ୍ତାକଡ଼ରେ ଓ ନାଳରେ ପକାଯାଇଥିବା ଦେଖିବାକୁ ମିଳିଛି ।
ତେବେ ଏହି କୁକୁଡ଼ାକୁ କୁକୁର, ବିଲୁଆ ଟାଣି ଖାଉଥିବା ବେଳେ ପୁରା ଅଂଚଳରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ କୁକୁଡ଼ା ଫାର୍ମ ଥିବା ବେଳେ ଏହା କେଉଁ ଫାର୍ମର କୁକୁଡ଼ା ଜଣାପଡିନାହିଁ । ୪ ଦିନ ହେଲା କୁକୁଡ଼ା ସବୁ ରାସ୍ତାକଡରେ ପକାଯାଉଥିବା ବେଳେ ପ୍ରାଣୀ ସମ୍ପଦ ବିଭାଗ ପଖରେ କୌଣସି ଖବର ନାହିଁ ।
ସେପଟେ କୁକୁଡା ପାଇଁ କାନ୍ଦିଲେ ଚାଷୀ । ପାଖାପାଖି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁଡା ଫାର୍ମ କରିଛନ୍ତି ନିମାପଡ଼ାର ରମେଶ ଚନ୍ଦ୍ର ବାରିକ । ଏବେ ବାର୍ଡ ଫ୍ଲୁ ଭୟ ପରେ ଫାର୍ମର ସମସ୍ତ କୁକୁଡା ମରାଯିବା ପାଇଁ ନିଷ୍ପତ୍ତି ହୋଇଛି । କେମିତି ଖର୍ଚ୍ଚ ଉଠାଇବେ, କେମିତି ଋଣ ସୁଝିବେ ସେନେଇ ଏବେ ସେ ଚିନ୍ତାରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/T2r3aq4LMqNdNsfwrrNR.jpg)