କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ। ରାଜଧାନୀକୁ କୁକୁଡ଼ା ମାଂସ ଆସୁଥିବାରୁ ଭୁବନେଶ୍ୱରରେ ମଧ୍ୟ ଭୂତାଣୁ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ଭୁବନେଶ୍ୱରରେ କୁକୁଡ଼ା ମାଂସ ବିକ୍ରି କରୁଥିବା ବ୍ୟବସାୟୀ ଯେଉଁଠି ସଂକ୍ରମଣ ହୋଇଛି ସେ ଅଞ୍ଚଳରୁ କୁକୁଡ଼ା ନକିଣିବା ପାଇଁ ପରାମର୍ଶ ଦେଇଛି ବିଏମ୍ସି।
କମିସନର ରାଜେଶ ପ୍ରଭାକର ପାଟିଲଙ୍କ ପରାମର୍ଶ ଅନୁସାରେ ଭୁବନେଶ୍ୱରକୁ ଅଧିକାଂଶ କୁକୁଡ଼ା ଉପକଣ୍ଠରୁ ହିଁ ସହରକୁ ଆସୁଛି। ଏବେ ଉପକଣ୍ଠରେ ଏହି ସଂକ୍ରମଣ ଦେଖାଯାଇଥିବାରୁ ଭୁବନେଶ୍ୱର ପ୍ରତି ବିପଦ ରହିଛି।
ଭୁବନେଶ୍ୱରକୁ ବାର୍ଡ ଫ୍ଲୁ ଭୟ!
- ଯେଉଁ କୁକୁଡା ଅସ୍ୱାଭାବିକ ଭାବେ ଅସୁସ୍ଥ ତାକୁ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାଇବେ
- ମୃତ୍ୟୁ ହେଲେ ଏଣେତେଣେ ଫିଙ୍ଗିବେ ନାହିଁ
- ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରିବେ
- ଏହା କରିବା ବେଳେ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ୍ ପିନ୍ଧିବେ
- କୁକୁଡା ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ୱର, ଛିଙ୍କ, କାଶ ଲାଗି ରୁହେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବେ - - ବିଏମସି ଅଧିକାରୀ ତଥା ସାଇନ୍ ଟିମ୍ ବିଭିନ୍ନ ଜାଗା ବୁଲି ସ୍ଥିତି ପରଖିବେ
- ଏହି ସମୟରେ ବ୍ୟବସାୟୀମାନେ ସଠିକ୍ ତଥ୍ୟ ପ୍ରଦାନ କରିବେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/p6uLiQMbARPbeQlYzQqP.jpg)