କନକ ବ୍ୟୁରୋ: ପିପିଲି ପରେ ନିମାପଡ଼ା ଓ ଡେଲାଙ୍ଗକୁ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ । ଶହଶହ କୁକୁଡ଼ା ମରିବା ପରେ ବଢୁଛି ବାର୍ଡ ଫ୍ଲୁ ଆଶଙ୍କା । ରାପିଡ ଆକ୍ସନ ଟିମ୍ ଫାର୍ମ ନିକଟକୁ ଯାଉ ନଥିବାରୁ ନିଜେ ମଲା କୁକୁଡ଼ାଙ୍କୁ ପୋତୁଛନ୍ତି ଚାଷୀ । କିଛି ସ୍ଥାନରେ ଚାଷୀମାନେ ମଲା କୁକୁଡ଼ାଙ୍କୁ ନପୋତି ନାଳ ନର୍ଦ୍ଦମା ଓ କେନାଲରେ ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି । ପରୀକ୍ଷା ପାଇଁ କୁକୁଡ଼ାଙ୍କ ନମୁନା ଭୋପାଳ ପଠାଯାଇଛି । ସେପଟେ ପିପିଲିରେ ଜ୍ୱର, ଥଣ୍ଡା, କାଶ ବ୍ୟାପୁଥିବାରୁ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ । ପିପିଲିରେ ବର୍ତ୍ତମାନ ସୁଦ୍ଧା ୧୪ ହଜାର ୧୨୪ ଏବଂ ସତ୍ୟବାଦୀରେ ୧୪ ହଜାର ୭୮୭ଟି କୁକୁଡ଼ା ମରାଯାଇଛି ।