କନକ ବ୍ୟୁରୋ : ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ । ମଲେଣି ୬୦ ହଜାରରୁ ଅଧିକ କୁକୁଡା । ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡା ମାରିବା ପାଇଁ ପ୍ରସ୍ତୁତ ହେଲାଣି ପ୍ରଶାସନ । ୨୦ ହଜାରରୁ ଅଧିକ କୁକୁଡା ମାରିବା ପାଇଁ ଯୋଜନା ହୋଇଛି । ହେଲେ ଏହାକୁ ବିରୋଧ କରୁଛନ୍ତି କୁକୁଡା ଚାଷୀ । ଆଜି ପ୍ରଶାସନ ସହ କୁକୁଡା ଚାଷୀଙ୍କ ବୈଠକ ବସିବ । ଏଥିରେ ପ୍ରାଣୀ ଚିକିତ୍ସା ଅଧିକାରୀ, ସିଡିଭିଓ, ଚାଷୀ ସଂଘର ସମ୍ପାଦକ ଉପସ୍ଥିତ ରହିବେ । କୁକୁଡାଙ୍କୁ ମରାଯିବ କି ନାହିଁ, ସେନେଇ ନିଷ୍ପତି ନିଆଯିବ ।

କୁକୁଡା ମରାଗଲେ କ୍ଷତିପୂରଣ ପ୍ରଦାନ କରିବାକୁ ସର୍ତ୍ତ ରଖିଛନ୍ତି କୁକୁଡା ଚାଷୀ । ଗତକାଲି ୧୩ ଜଣିଆ ପ୍ରାଣୀ ଚିକିତ୍ସକ ଟିମ୍ ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ କୁକୁଡା ମାରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଚାଷୀମାନେ ଏହାକୁ ବିରୋଧ କରିଥିଲେ । ଚାଷୀମାନେ ରାଜି ନହେବାରୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଫେରିଯାଇଥିଲେ ।