କନକବ୍ୟୁରୋ: ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳରେ ବାର୍ଡ ଫ୍ଲ ଭୟ। ଅସ୍ତରଙ୍ଗ ସୀମାରେ ଜଗିଲା ପୋଲିସ। ପିପିଲି , ନିମାପଡା ଓ ଡେଲାଙ୍ଗ ପରେ ଅସ୍ତରଙ୍ଗ କାକଟପୁରରେ ହାଇଆଲଟ ଜାରି କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଓ ବାର୍ଡ ଫ୍ଲ ଆଶଙ୍କାରେ ଅସ୍ତରଙ୍ଗ କେତେକ କୁକୁଡ଼ା ଫାର୍ମ ରୁ ନମୁନା ସଂଗ୍ରହ କରାଯାଇଛି ।
ନମୁନା ନେଗେଟିଭ ଆସିଥିଲେ ବି ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ପୁରୀ–ଜଗତସିଂହପୁର ଜିଲ୍ଲା ତାଳଦା ବ୍ରିଜ ଠାରେ ସୀମାରେ ପୋଲିସ ଚବିଶ ଘଣ୍ଟିଆ କାର୍ଯ୍ୟ କରୁଛି। ଜଗତସିଂହପୁର ଜିଲ୍ଲାରୁ କିଛି କୁକୁଡ଼ା ଗାଡି ଅସ୍ତରଙ୍ଗ କାକଟପୁର ଭିତରକୁ ଆସୁଛି ତାହାକୁ ରୋକିବାକୁ ପୋଲିସ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଜଗତସିଂହପୁର ଜିଲ୍ଲା ଗାରେଇ ଆଉ ପୁରୀଜିଲ୍ଲାର ଅସ୍ତରଙ୍ଗ ସୀମା ତାଳଦା ଠାରେ ଯାଞ୍ଚ ଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/SgKGysrmrgvK5diK8sw4.jpg)