କନକ ବ୍ୟୁରୋ : ଡେଲାଙ୍ଗ ପରେ ଡେରାବିଶରେ ବାର୍ଡ ଫ୍ଲୁ । ପୁରୀ ଜିଲ୍ଲା ଡେଲାଙ୍ଗ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶରେ ବାର୍ଡ ଫ୍ଲୁ ଭୟ । ଡେରାବିଶ ଗୋଲାର ହାଟ ଅଞ୍ଚଳର କୁକୁଡ଼ା ଚାଷ ପ୍ରଭାକର ଲେଙ୍କାଙ୍କ ଫାର୍ମରେ ମରିଛନ୍ତି ଶହ ଶହ କୁକୁଡ଼ା । ଗତ ୪ ଦିନରେ ୮୦୦ କୁକୁଡ଼ା ମରିସାରିଲେଣି । ଏହାପରେ ଡେରାବିଶ ଅଞ୍ଚଳରେ ବାର୍ଡ ଫ୍ଲୁକୁ ନେଇ ଭୟ ବଢିଛି । ଏନେଇ ପଶୁ ଡାକ୍ତରଖାନାକୁ ଖବର ଦିଆଯାଇଛି । ଆଜି ରକ୍ତ ନମୁନା ସଂଗ୍ରହ କରିବେ ଭେଟେନାରି ଟିମ୍ । ତେବେ କେବଳ ପ୍ରଭାକର ଲେଙ୍କା ନା ଆଉ କେଉଁ ଚାଷୀଙ୍କ ଫାର୍ମରେ କୁକୁଡ଼ା ମରିଛନ୍ତି, ତାର ଅନୁଧ୍ୟାନ କରାଯିବ ।
ପୁରୀ ଡେଲାଙ୍ଗ ପରେ କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡଫ୍ଲୁ, ଜଣେ ଚାଷୀଙ୍କ ଫାର୍ମରେ ୮ ଶହ କୁକୁଡା ମୃତ୍ୟୁ ପରେ ଆତଙ୍କ
ଡେରାବିଶ ଗୋଲାର ହାଟ ଅଞ୍ଚଳର କୁକୁଡ଼ା ଚାଷ ପ୍ରଭାକର ଲେଙ୍କାଙ୍କ ଫାର୍ମରେ ମରିଛନ୍ତି ଶହ ଶହ କୁକୁଡ଼ା । ଗତ ୪ ଦିନରେ ୮୦୦ କୁକୁଡ଼ା ମରିସାରିଲେଣି ।
/kanak/media/media_files/2025/07/16/3-2025-07-16-07-39-00.jpg)