କନକବ୍ୟୁରୋ : ଡେଲାଙ୍ଗରେ କୁକୁଡ଼ା ମଡ଼କ ।  ବହୁ ସଂଖ୍ୟାରେ କୁକୁଡ଼ା ମଡ଼କକୁ ନେଇ ବାର୍ଡଫ୍ଲୁ ରୋଗ ଆଶଙ୍କା କରାଯାଉଛି  ।   ୨ ଦିନ ହେଲାଣି ଡେଲାଙ୍ଗ ଅଞ୍ଚଳରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।   ଏନେଇ ସ୍ଥାନୀୟ କୁକୁଡ଼ା ଚାଷୀଙ୍କ ମଧ୍ୟରେ ଆତଙ୍କ   ଦେଖାଯାଇଥିବା ବେଳେ ସମଗ୍ର ଅଞ୍ଚଳ ରେ ବାର୍ଡ଼ ଫ୍ଲୁ ବ୍ୟାପିବା ସଂକ୍ରମଣ ନେଇ ଚାଷୀ ଆଶଙ୍କା  କରିଛନ୍ତି ।

Advertisment

ଆଂକୁଲା ଓ ଗୋଡ଼ିପୁଟ ମାଟିଆପଡା ଅଞ୍ଚଳର ଦୁଇଟି ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମରୁଛନ୍ତି  ।   ପୂର୍ବରୁ ଏହି ଅଞ୍ଚଳରେ ଥିବା ଫାର୍ମ ମାନଙ୍କରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯାଇଥିବା ବେଳେ ଅନେକ ସଂକ୍ରମିତ କୁକୁଡାଙ୍କୁ ବିଭାଗ ପକ୍ଷରୁ ମାରି ପୋତିଦିଆଯାଇଥିଲା  ।    କୁକୁଡ଼ା ମରିଯିବା କ୍ଷତି ରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା ।  

କିନ୍ତୁ ଚଳିତ ବର୍ଷ ଜୁଲାଇ ମାସ ଆରମ୍ଭରୁ ପୁଣି କୁକୁଡ଼ା ମଡ଼କ ନେଇ ଚାଷୀଙ୍କ ବାର୍ଡ଼ ଫ୍ଲୁ ସଂକ୍ରମଣ ରେ ମୃତ୍ୟୁ ଘଟୁଥିବା ଚାଷୀମାନେ ଆଶଙ୍କା କରିଛନ୍ତି ।  ଏନେଇ ସମ୍ପୃକ୍ତ କୁକୁଡ଼ା ଚାଷୀ ଙ୍କ ଅଭିଯୋଗ ଅନୁଯାଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି  ।  ଖୁବଶୀଘ୍ର ମୃତ କୁକୁଡାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି କୁହାଯାଇଛି ।