ବାର୍ଡ ଫ୍ଲୁରେ ଅତିଷ୍ଠ ଚାଷୀ ; ରାପିଡ୍ ରେସପନ୍ସ ଟିମ ସେଣ୍ଟରରେ ମଲା କୁକୁଡ଼ା ଅଖା ଫୋପାଡ଼ିଲେ ଅସନ୍ତୋଷ ଚାଷ

ରାପିଡ଼ ରେସପନ୍ସ ଟିମ ସେଣ୍ଟରରେ କୁକୁଡ଼ା ଅଖା ଫୋପାଡ଼ିଲେ ଚାଷ ।  ଭୟଭୀତ ପୁରା ଟିମ୍ । ଫାର୍ମରୁ ୩ହଜାର କୁକୁଡ଼ା ମରିବା ପରେ ଏଭଳି କରିଛନ୍ତି ଚାଷୀ।

firm

କନକ ବ୍ୟୁରୋ: ରାପିଡ଼ ରେସପନ୍ସ ଟିମ ସେଣ୍ଟରରେ କୁକୁଡ଼ା ଅଖା ଫୋପାଡ଼ିଲେ ଚାଷ ।  ଭୟଭୀତ ପୁରା ଟିମ୍ । ଫାର୍ମରୁ ୩ହଜାର କୁକୁଡ଼ା ମରିବା ପରେ ଏଭଳି କରିଛନ୍ତି ଚାଷୀ। ମଲା କୁକୁଡା ପୋତି ପୋତି ପୁରୀ ଜିଲ୍ଲା ନିମାପଡା ବ୍ଲକ ପାର୍ବତୀପୁର ଗାଁର କୁକୁଡ଼ା ଚାଷୀ ପ୍ରସନ୍ନ କୁମାର ଜେନା ଅତିଷ୍ଠ ହୋଇଗଲେଣି।  ଫାର୍ମରେ ୬ହଜାର କୁକୁଡ଼ା ପାଳନ କରୁଥିବା ବେଳେ ପ୍ରତେକ ଦିନ ଶହ ଶହ  କୁକୁଡ଼ା ମରୁଛନ୍ତି।  ଥରେ ନୁହେଁ  ଚାରି ଚାରି ଥର ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀଙ୍କ ନିକଟରେ ଗୁହାରି କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। କୁକୁଡ଼ା ମରା ଅଭିଯାନ ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି। 

ଲକ୍ଷ ଲକ୍ଷ ଟଙ୍କା ସଫେଇ କୁକୁଡ଼ା ମରା ଓ ଫାର୍ମ ବିଶୋଧନ ପାଇଁ ଖର୍ଚ୍ଚ କରୁଛନ୍ତି ସରକାର! ପ୍ରତେକ ଦିନ ବରିଷ୍ଠ ଅଧିକାରୀ ବୁଲୁଛନ୍ତି ଅଞ୍ଚଳ ହେଲେ ପ୍ରକୃତ ଚାଷୀ ଓ ପ୍ରକୃତ ସଂକ୍ରମିତ ହେଉଥିବା କୁକୁଡ଼ା ଫାର୍ମକୁ ନଯାଇ ନିକଟରେ ଥିବା ଫାର୍ମ ଓ ଭଲ ଫାର୍ମ ଗୁଡିକରେ କୁକୁଡ଼ା ମାରୁଛି ପ୍ରଶାସନ ବୋଲି ଅଭିଯୋଗ କରୁଛନ୍ତି ଚାଷୀ  ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe