ପିପିଲିରେ ବାର୍ଡ ଫ୍ଲୁ’ର ହଟସ୍ପଟ ପରେ ତତ୍ପର ପ୍ରଶାସନ । ପିପିଲି ସହ ଡେଲାଙ୍ଗ ଓ ସତ୍ୟବାଦୀରେ କୁକୁଡା ଫାର୍ମରୁ ହେଉଛି କୁକୁଡା ଖାଲି

Advertisment

ପିପିଲିରେ ବାର୍ଡ ଫ୍ଲୁ’ର ହଟସ୍ପଟ ପରେ ତତ୍ପର ପ୍ରଶାସନ । ପିପିଲି ସହ ଡେଲାଙ୍ଗ ଓ ସତ୍ୟବାଦୀରେ କୁକୁଡା ଫାର୍ମରୁ ହେଉଛି କୁକୁଡା ଖାଲି । ସେପଟେ ଚିକେନ ଖାଇବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମଣ ନ ବ୍ୟାପିବା ପାଇଁ କରାଇଲେ ସତର୍କ ।

flu--

କନକ ବ୍ୟୁରୋ: ପୁରୀ ଜିଲ୍ଲା ପିପିଲିରେ ବ୍ଲାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଚାଲିଛି କୁକୁଡ଼ାମରା ଅଭିଯାନ। ୩ ଦିନରେ ୨୦ହଜାର କୁକୁଡ଼ା ମରାଗଲାଣି। ବଡ଼ ବଡ଼ ଗାତ କରି ହଜାର ହଜାର କୁକୁଡ଼ାକୁ ପୋତାଯାଉଛି। ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳକୁ କଣ୍ଚେନମେଣ୍ଟ ଘୋଷଣା କରାଯିବା ସହ ଜିଲ୍ଲାୱାରୀ ସର୍ଭିଲାନ୍ସ ଜାରି କରାଯାଇଛି। 

ଗାଁରୁ ଗାଁକୁ ଯେପରି ବାର୍ଡ-ଫ୍ଲୁ ନବ୍ୟାପେ ସେଥିପାଇଁ ପ୍ରଶାସନ ତତ୍ପରତା ଦେଖାଇଛି। ୩ ଦିନରେ ୨୦ ହଜାର କୁକୁଡାଙ୍କୁ ମାରି ପୋତି ଦେଇଛି ରାପିଡ ରେସପନ୍ସ ଟିମ୍। ପିପିଲି ସାଜିଛି ବାର୍ଡ ଫ୍ଲୁର ହଟସ୍ପଟ। ତେଣୁ ପିପିଲି ସହ ଡେଲାଙ୍ଗ, ସତ୍ୟବାଦୀରେ ବଡ ବଡ କୁକୁଡା ଫାର୍ମରୁ କୁକୁଡା ଖାଲି କରାଯାଉଛି। ବାର୍ଡ ଫ୍ଲୁ ଆତଙ୍କ ଭିତରେ ସବୁ ଜିଲ୍ଲାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe