କନକବ୍ୟୁରୋ:କେନ୍ଦ୍ରାପଡ଼ାକୁ ବ୍ୟାପିଲା ବାର୍ଡ ଫ୍ଲୁ। ସଂକ୍ରମଣ ନେଇ ସଂଗ୍ରହ କରାଯାଇଥାବା ନମୂନାରେ ବାର୍ଡ ଫ୍ଲୁ ଥିବା ସ୍ପଷ୍ଟ ହୋଇଛି। ଡେରାବିଶ ବ୍ଲକ ଏଣ୍ଡର, ନରସିଂହପୁର, ବାଲିଆ, ଲକ୍ଷ୍ମୀନାରାୟଣପୁର, ଗୋଲରାହାଟ ଅଂଚଳରେ କୁକୁଡା ମରୁଥିବା ନେଇ ସୂଚନା ମିଳିଥିଲା। କୁଢକୁଢ ମଲା କୁକୁଡାକୁ ବ୍ୟବସାୟୀମାନେ ବସ୍ତାରେ ଭରି ରାସ୍ତା କଡରେ ଓ ନାଳରେ ଫୋପାଡି ଦେଉଥିବାର ଲୋକ ଅଭିଯୋଗ କରିଥିଲେ। ଏହି ଆଧାରରେ ପଶୁ ସମ୍ପଦ ବିଭାଗ ପକ୍ଷରୁ କୁକୁଡା ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଜନସ୍ବାସ୍ଥ୍ୟ ବିଭାଗ ଓ ପଶୁସମ୍ପଦ ବିଭାଗ ଏହି ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରୁଥିଲେ। କଟକ ମାହାଙ୍ଗା ଓ ନିଶ୍ଚିତକୋଇଲି, ଯାଜପୁର ବଡ଼ଚଣା ବ୍ଲକକୁ ଏହି ଅଂଚଳ ସଂଯୋଗ କରୁଥିବାରୁ ବାର୍ଡ ଫ୍ଲୁ ବ୍ୟାପିଥିବାର ଆଶଙ୍କା କରାଯାଉଛି।
ପୁରୀ ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ, ରକ୍ତ ନମୂନା ପରୀକ୍ଷା ପରେ ସଂକ୍ରମଣ ଚିହ୍ନଟ ।
କେନ୍ଦ୍ରାପଡ଼ାକୁ ବ୍ୟାପିଲା ବାର୍ଡ ଫ୍ଲୁ। ସଂକ୍ରମଣ ନେଇ ସଂଗ୍ରହ କରାଯାଇଥାବା ନମୂନାରେ ବାର୍ଡ ଫ୍ଲୁ ଥିବା ସ୍ପଷ୍ଟ ହୋଇଛି। ଡେରାବିଶ ବ୍ଲକ ଏଣ୍ଡର, ନରସିଂହପୁର, ବାଲିଆ, ଲକ୍ଷ୍ମୀନାରାୟଣପୁର, ଗୋଲରାହାଟ ଅଂଚଳରେ କୁକୁଡା ମରୁଥିବା ନେଇ ସୂଚନା ମିଳିଥିଲା।
/kanak/media/media_files/kyF9jSLM5rS0NW5sU7GL.jpg)