କନକ ବ୍ୟୁରୋ : ଶହ ଶହ ମୃତ କୁକୁଡ଼ାକୁ କିଭଳି ବସ୍ତାରେ ଭର୍ତ୍ତି କରାଯାଉଛି । ତାପରେ ଖୋଳାଯାଇଥିବା ବଡ଼ ବଡ଼ ଗାତରେ ମୃତ କୁକୁଡ଼ାକୁ ପୋତିବା ପରେ ବସ୍ତା ବସ୍ତା ବ୍ଲିଚିଂ ଛିଞ୍ଚାଯାଉଛି । କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ ଫ୍ଲୁ ସଂକ୍ରମଣ ପରେ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ଏଣ୍ଡର, ନରସିଂହପୁର ଓ ବାଲିଆ ପଞ୍ଚାୟତରେ ଥିବା କୁକୁଡା ଫାର୍ମରୁ କୁକୁଡାକୁ ମାରିଛନ୍ତି ରାପିଡ ରେସପନ୍ସ ଟିମ୍ ।

Advertisment
  •     କୁକୁଡ଼ା ମାରିବାକୁ ୧୩ଟି ଟିମ୍ ନିୟୋଜିତ କରିଛି ପ୍ରଶାସନ ।
  •     ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ପରିଧି ଭିତରେ ମରାଯିବ ସବୁ କୁକୁଡା ।
  •     କୁକୁଡା ମାରିବା ପରେ ଫାର୍ମକୁ କରାଯାଉଛି ବିଶୋଧନ ।
  •     ମୋଟ ୫୦ ହଜାରରୁ ଅଧିକ କୁକୁଡା ମାରିବାକୁ ପ୍ରଶାସନର ପ୍ରସ୍ତୁତି ।

ହଜାର ହଜାର ସଂକ୍ରମିତ କୁକୁଡ଼ା ମରିବା ଫଳରେ ପୂରା ଅଞ୍ଚଳକୁ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଫାର୍ମରେ କୁକୁଡ଼ା ମରି ପଡିଥିବାରୁ ଦୁର୍ଗନ୍ଧରେ ପୂରା ଅଞ୍ଚଳ ଫାଟି ପଡୁଛି । ତେଣୁ ପ୍ରଶାସନ କେବଳ କୁକୁଡ଼ା ମାରୁନି ବରଂ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ବାର୍ଡ ଫ୍ଲୁକୁ ନେଇ ଗାଁ ଗାଁରେ ଲୋକଙ୍କୁ ସଚେତନ କରୁଛି । ଅନ୍ୟପଟେ କୁକୁଡା ଫାର୍ମ ମାଲିକଙ୍କ ଦାବି କ୍ଷତିପୂରଣ ଦେଇ ପ୍ରଶାସନ କୁକୁଡ଼ା ମାରୁ ।

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପଡୋଶୀ ଜିଲ୍ଲାକୁ ଏହା ବ୍ୟାପିବାର ସମ୍ଭାବନା ବଢିଛି । କାରଣ ପଜିଟିଭ ରିପୋର୍ଟ ଆସିବା ପୂବର୍ରୁ ହିଁ କମ ଦାମରେ ହଜାର ହଜାର କୁକୁଡା ବିକ୍ରି କରିଛନ୍ତି ଦୋକାନୀ । ତେଣୁ ସଂକ୍ରମଣକୁ ରୋକିବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ।