ସୀମା ଡେଇଁଲା ବାର୍ଡଫ୍ଲୁ; ପିପିଲି ପରେ କେନ୍ଦ୍ରାପଡ଼ା ଡେରାବିଶରେ କୁକୁଡା ମଡ଼କ

Advertisment

ପୁରୀ ଜିଲ୍ଲାରେ ଭୟ ବଢ଼ାଇଲାଣି ବାର୍ଡ ଫ୍ଲୁ । ଡେଲାଙ୍ଗ ପରେ କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ଫାର୍ମରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରି ପଡ଼ିଥିବା ଦେଖିବାକୁ ମିଳିଛି ।

ପୁରୀ ଜିଲ୍ଲାରେ ଭୟ ବଢ଼ାଇଲାଣି ବାର୍ଡ ଫ୍ଲୁ । ଡେଲାଙ୍ଗ ପରେ କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ଫାର୍ମରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରି ପଡ଼ିଥିବା ଦେଖିବାକୁ ମିଳିଛି ।

Bird flu

Photograph: (Kanak News)

କନକ ବ୍ୟୁରୋ : ପୁରୀ ପରେ ଏବେ କେନ୍ଦ୍ରାପଡ଼ାକୁ ଡେଇଁଲାଣି ବାର୍ଡ ଫ୍ଲୁ । ଭୂତାଣୁ ଚିହ୍ନଟ ପରେ ଆରମ୍ଭ ହୋଇଛି କୁକୁଡ଼ାମରା ଅଭିଯାନ । ଡେରାବିଶ ଗୋଲାର ହାଟ ଅଞ୍ଚଳର କୁକୁଡ଼ା ଚାଷୀ ପ୍ରଭାକର ଲେଙ୍କାଙ୍କ ଫାର୍ମରେ ମରିଛନ୍ତି ଶହ ଶହ କୁକୁଡ଼ା । ଗତ ୩ରୁ ୪ ଦିନରେ ମଲେଣି ୮୦୦ କୁକୁଡ଼ା । ଯାହାକୁ ନେଇ ଆତଙ୍କରେ ଚାଷୀ । ଖବର ପାଇ ୭ ଜଣିଆ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ନମୁନା ସଂଗ୍ରହ କରିଛନ୍ତି । କାହିଁକି ଏତେ ସଂଖ୍ୟାରେ କୁକୁଡ଼ା ମରୁଛନ୍ତି, ତାହା ଅନୁଧ୍ୟାନ କରିଛି ଟିମ୍ ।

ଏପଟେ ପୁରୀ ଜିଲ୍ଲାରେ ଭୟ ବଢ଼ାଇଲାଣି ବାର୍ଡ ଫ୍ଲୁ । ଡେଲାଙ୍ଗ ପରେ କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ଫାର୍ମରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରି ପଡ଼ିଥିବା ଦେଖିବାକୁ ମିଳିଛି । ବାରମ୍ବାର କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମଡ଼କ ଲାଗି ରହିଥିବାରୁ ରକ୍ତ, ନାଳ, ମୂତ୍ର ପରୀକ୍ଷା କରିବା ପାଇଁ ଚାଷୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଚିଲିକା ବିଦେଶୀ ପକ୍ଷୀଙ୍କ ଆଗମନ ସ୍ଥଳୀ ହୋଇଥିବାରୁ ବାର୍ଡ ଫ୍ଲୁ’ର ଭୟ ପକ୍ଷୀପ୍ରେମୀଙ୍କୁ ଚିନ୍ତାରେ ପକାଇଛି ।

ଅନ୍ୟପଟେ ଡେଲାଙ୍ଗରେ ପିଛା ଛାଡ଼ୁନି କୁକୁଡ଼ା ଚାଷୀଙ୍କ ଦୁଃଖ । ପ୍ରତିଦିନ ବିଭିନ୍ନ ଫାର୍ମରେ ଶହ ଶହ କୁକୁଡ଼ା ମରୁଥିବା ବେଳେ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୌଣସି ପଦକ୍ଷେପ ନେଉନଥିବା ଚାଷୀମାନେ ଦାବି କରିଛନ୍ତି । ଆଉ ଏହାର ପ୍ରତିବାଦରେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଚାଷୀ ସଂଗଠନ । ସରକାରୀ ସହାୟତା ସହ କୁକୁଡ଼ାଙ୍କ ନମୁନା ସଂଗ୍ରହ ପାଇଁ ଦାବି କରିଛନ୍ତି ଚାଷୀ । ଅଧିକାରୀ କହିଛନ୍ତି, ଉପରିସ୍ଥ ଅଧିକାରୀଙ୍କ ଠାରୁ ନିର୍ଦ୍ଦେଶ ଆସିବା ପରେ ନମୁନା ସଂଗ୍ରହ ପାଇଁ ପଠାଯିବ ।

ପୁରୀ ଓ କେନ୍ଦ୍ରାପଡ଼ାରେ ଆତଙ୍କ ଖେଳିବା ପରେ ଏବେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବାର୍ଡ ଫ୍ଲୁ ଭୟ ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe