କନକ ବ୍ୟୁରୋ : ବାର୍ଡ ଫ୍ଲୁ ସ୍ଥିତିର ଅନୁଧ୍ୟାନ ପାଇଁ ପୁରୀ ଜିଲ୍ଲା ନିମାପଡ଼ାରେ କେନ୍ଦ୍ରୀୟ ଟିମ୍ । ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଗାଁର ଫାର୍ମ ଓ କୁକୁଡ଼ା ଚାଷୀଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍ । ସାଙ୍ଗରେ ଅଛନ୍ତି ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ।

Advertisment

ନିମାପଡ଼ାରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ପ୍ରଥମ ଫାର୍ମରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାପରେ କ୍ଷତିଗ୍ରସ୍ତ ହୋଇଥିବା କିଛି କୁକୁଡ଼ା ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି । ପିପିଲି, ତେଇସପୁର ଓ ମଙ୍ଗଳପୁର ଅଞ୍ଚଳରେ ଏବେ ବି ଜାରି ରହିଛି କୁକୁଡ଼ା ମରା ଅଭିଯାନ । ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଏବେ ବି ଲାଗି ରହିଛି । ଫଳରେ ସ୍ଥିତି ଅନୁଧ୍ୟାନ ପାଇଁ ଜାତୀୟ ଟିମ୍ ଆସି ଯାଞ୍ଚ ପାଇଁ ପହଞ୍ଚିଛି ।