ନଦୀରେ ଭାସୁଛି ମଲା କୁକୁଡା ; ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ; ମରାଯିବେ ୪୭ଟି ଫାର୍ମରୁ ୨୦ ହଜାରରୁ ଅଧିକ କୁକୁଡ଼ା

ପିପିଲିରେ ବାର୍ଡ଼ ଫ୍ଲୁ। ୪୭ ଟି କୁକୁଡ଼ା ଫାର୍ମରୁ ପାଖାପାଖି ୨୦ ହାଜରରୁ ଅଧିକ କୁକୁଡ଼ା ମରାଯିବା ନେଇ ଅନୁମାନ କରାଯାଇଛି।

flu

କନକ ବ୍ୟୁରୋ: ପିପିଲିରେ ବାର୍ଡ଼ ଫ୍ଲୁ। ୪୭ ଟି କୁକୁଡ଼ା ଫାର୍ମରୁ ପାଖାପାଖି ୨୦ ହାଜରରୁ ଅଧିକ କୁକୁଡ଼ା ମରାଯିବା ନେଇ ଅନୁମାନ କରାଯାଇଛି। ପିପିଲିରେ ୧୩ ଜଣିଆ ଡାକ୍ତର ଟିମଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚିଛନ୍ତି। ପୂର୍ବରୁ ହାଜର ହଜାର ସଂଖ୍ୟାରେ କୁକୁଡ଼ା ମରିଯିବା ଫଳରେ ଚାଷୀ ମାନେ ରାସ୍ତା କଡ଼ ଏଣେ ତେଣେ ଫୋପାଡ଼ି ଦେଇଥିଲେ। ପିପିଲି ରେ ୧୩ ଜଣିଆ ଡାକ୍ତର ଟିମ ଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ କରୁଛନ୍ତି ତଦନ୍ତ। 
 

କୁକୁଡାଙ୍କୁ ମାରିବା ପରେ ଲୋକେ ମଲା କୁକୁଡାକୁ ନଦୀରେ ଭସାଇଦେଉଥିବା ଦେଖିବାକୁ ମିଳିଛି । ଖୋଲା ପାଣିରେ ଭସାଇବା ବେଆଇନ୍ ହୋଇଥିବାବେଳେ ଏନେଇ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe