କନକ ବ୍ୟୁରୋ : ଏସିଆ ମହାଦେଶର ସର୍ବବୃହତ ପକ୍ଷୀ ବିହାର ଚିଲିକାରେ ପକ୍ଷୀ ଗଣନା ପକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ୨୧ ଟି ଟିମ ନିୟୋଜିତ ହୋଇଛନ୍ତି । ୱାଇଲ୍ଡ ଲାଇଫ ଓଡ଼ିଶା ଓୟୁଟି ଭୁବନେଶ୍ୱରର ପ୍ରାଣୀ ଚିକିତ୍ସକ , ବମ୍ବେ ନେଚର୍ ସୋଷାଇଟ ସଦସ୍ୟ, ଛାତ୍ର ଛାତ୍ରୀ ଏବଂ ବନ ବିଭାଗର କର୍ମଚାରୀ ମାନେ । ସିଡିଏର କର୍ମଚାରୀ ମାନେ ସାମିଲି ହୋଇଛନ୍ତି । ପକ୍ଷୀ ବିଶାରଦ ମାନେ ବାଇନା କୁଲାର୍ ,ଜିପି ଏସ ଟ୍ରାକୀଙ୍ଗ ସାହାଯ୍ୟରେ ପକ୍ଷୀ ଗଣନା ଚିଲିକାରେ  ଆରମ୍ଭ କରିଛନ୍ତି  । ସକାଳ ୬ ଟାରୁ ଆରମ୍ଭ ହୋଇଛି ଦିନ ୧୨  ଯାଏଁ ଚିଲିକାର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଚାଲିବ । ସମଗ୍ର ଚିଲିକା ରେ ପାଖାପାଖି ୧୧୮ ଜଣ ସଦସ୍ୟ ଚିଲିକାରେ ପକ୍ଷୀ ଗଣିବା ପାଇଁ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି । ସମସ୍ତ ଟିମ ଗଣନା ସାରିବା ପରେ ଚୁଡାନ୍ତ ତାଲିକା ବାଲୁଗାଁ ଡି ଏଫ୍ ଓ ଙ୍କ କାର୍ୟ୍ୟାଳୟରେ ହସ୍ତାନ୍ତର କରିବା ପାଇଁ ସମସ୍ତ ଟିମକୁ ସୂଚନା ଦିଆଯାଇଛି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବନ୍ୟପ୍ରାଣୀ ବନାଞ୍ଚଳ ବାଲୁଗାଁ ର ଆନୁକୁଲ୍ୟ ରେ ଏହି ପକ୍ଷୀ ଗଣନା ଆରମ୍ଭ ହୋଇଛି ।  

Advertisment

ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ସନ୍ଧ୍ୟା ୫ଟାରେ ସରିବ । ଏଥିପାଇଁ ୨୧ଟି ସେକ୍ଟର କରାଯାଇଥିବାବେଳେ ଜଳଭଣ୍ଡାରରେ ୫୩୩ବର୍ଗ କିଲୋମିଟର ଯାଏଁ ଏହି ଗଣନା କରାଯିବ । ସେହିପରି ପାଓ୍ୱାର କେନାଲର ୫.୭ ବର୍ଗ କିଲୋମିଟର ଏଥିରେ ସାମିଲ ରହିଛି । ଚଳିତ ଥର ମଧ୍ୟ ଛତିଶଗଡ ସୀମାର ସୁଖାସୋଢା ଓ ଅନ୍ତରାଡି ଯାଏ ଯାଏଁ ଏହି ଗଣନା କରାଯାଉଛି । ୩୨ଟି ବୋଟ୍ ମାଧ୍ୟମରେ ୩୨ଟି ଗ୍ରୁପ କରାଯାଇଥିବାବେଳେ ୭୦ଜଣ ସାମିଲ ହୋଇଛନ୍ତି । ତେବେ ଚଳିତ ଥର ପକ୍ଷୀ ସଂଖ୍ୟା ବଢିଛି ନା କମିଛି ତାହା ଅନୁଧ୍ୟାନ କରାଯିବ । ୨୦୨୧ ମସିହାରେ ୯୮ ପ୍ରଜାତିର ୧ଲକ୍ଷ ୨୪ ହଜାର ପକ୍ଷୀ, ୨୦୨୨ ମସିହାରେ ୧୦୪ ପ୍ରଜାତିର ୨ଲକ୍ଷ ୮ହଜାର ପକ୍ଷୀ ଓ ୨୦୨୩ ମସିହାରେ ୧୦୮ ପ୍ରଜାତିର ୩ଲକ୍ଷ ୧୬ ହଜାର ପକ୍ଷୀ ଆସିଥିବା ଜଣାପଡିଛି । ତେବେ ଚଳିତ ୨୦୨୫ରେ ଏହି ସଂଖ୍ୟା ବଢିବା ନେଇ ଆକଳନ କରାଯାଉଛି ।