କନକ ବ୍ୟୁରୋ : ବର୍ଷାରେ ଧସିଲା ବିରଜା ରିଙ୍ଗରୋଡ଼। ଯାଜପୁର ପୌରପାଳିକାର ସାନବଜାର ନିକଟରେ ବର୍ଷା ଯୋଗୁଁ ଧସିଲା ବୈତରଣୀ ନଦୀ ବନ୍ଧରେ ନିର୍ମିତ ମୁଖ୍ୟ ରାସ୍ତା ତଳୁ ଅତଡା । ଯାଜପୁର-ମଙ୍ଗଳପୁର ମୁଖ୍ୟରାସ୍ତାର ସାନବଜାର ନିକଟରେ ବିରଜା ରିଂରୋଡ ଫୁତଫାତ୍ ରାସ୍ତାଟି ଧସି ଯାଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତାଟି ଯାଜପୁର - ମଙ୍ଗଳପୁରର ମୁଖ୍ୟରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ୧୧କେ.ଭି ବିଦ୍ୟୁତ୍ ଖୁଂଟ ଗଳି ପଡିବାର ବହୁତ ସମ୍ଭାବନା ରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କର ମାହୋଲ ଦେଖିବାକୁ ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us