ପାର୍କ ନାଁରେ କୋଟି କୋଟି ଲୁଟ୍! ୨୦୦ କୋଟିର ପାର୍କ ଏବେ ଘାସ ପଡିଆ

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ପାର୍କ ନାଁରେ କୋଟି କୋଟି ଟଙ୍କା ଚଳୁ। ଅସାଧୁ ଅଫିସର ଓ ଠିକାଦାରଙ୍କ ମିଲିଭଗତରେ ପ୍ରାୟ ୨ଶହ କୋଟି ଟଙ୍କାର ମହାଘୋଟାଲା ହୋଇଥିବା ଅଭିଯୋଗ। ଜିଲ୍ଲାର ୨୫୬ ପଞ୍ଚାୟତରେ ଆମୋଦ ପ୍ରମୋଦ ନାଁରେ ବିକାଶ କମ୍ ଆଉ କେଳେଙ୍କାରୀ ବେଶି ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ପାର୍କ ନାଁରେ କୋଟି କୋଟି ଟଙ୍କା ଚଳୁ। ଅସାଧୁ ଅଫିସର ଓ ଠିକାଦାରଙ୍କ ମିଲିଭଗତରେ ପ୍ରାୟ ୨ଶହ କୋଟି ଟଙ୍କାର ମହାଘୋଟାଲା ହୋଇଥିବା ଅଭିଯୋଗ। ଜିଲ୍ଲାର ୨୫୬ ପଞ୍ଚାୟତରେ ଆମୋଦ ପ୍ରମୋଦ ନାଁରେ ବିକାଶ କମ୍ ଆଉ କେଳେଙ୍କାରୀ ବେଶି ହୋଇଛି।

efefe

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ପାର୍କ ନାଁରେ କୋଟି କୋଟି ଟଙ୍କା ଚଳୁ। ଅସାଧୁ ଅଫିସର ଓ ଠିକାଦାରଙ୍କ ମିଲିଭଗତରେ ପ୍ରାୟ ୨ଶହ କୋଟି ଟଙ୍କାର ମହାଘୋଟାଲା ହୋଇଥିବା ଅଭିଯୋଗ। ଜିଲ୍ଲାର ୨୫୬ ପଞ୍ଚାୟତରେ ଆମୋଦ ପ୍ରମୋଦ ନାଁରେ ବିକାଶ କମ୍ ଆଉ କେଳେଙ୍କାରୀ ବେଶି ହୋଇଛି।

କେନ୍ଦ୍ରାପଡାରେ ଆମୋଦ ପ୍ରମୋଦ ନାଁରେ ପାର୍କ ନାଁରେ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ଅସାଧୁ ଅଫିସର ଓ ଠିକାଦାର । ପରିସ୍ଥିତି ଏଭଳି ହୋଇଛି ଯେ, କେଉଁଠି ପାର୍କ  ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ତ କେଉଁଠି କାମ ସରିନି । ଆଉ ଯେଉଁ ସ୍ଥାନରେ କାମ ହୋଇଛି, ନିମ୍ନମାନର କାମ ଯୋଗୁଁ ତାହା ଭାଙ୍ଗିରୁଜି ଗଲାଣି । ଲୋକଙ୍କ କାମରେ ଆସୁନାହିଁ । କେବଳ ଏତିକି ନୁହେଁ,  ଫଳକ ଅଛି ପ୍ରଳକ୍ପ ନା ନାହିଁ। ପାର୍କ ହେଇଛି ଚାରିପଟେ ଘାସ ଗାଈ ଚରୁଛନ୍ତି। 

କେନ୍ଦ୍ରାପଡ଼ା ଜିଲ୍ଲାର ୨୫୬ ପଞ୍ଚାୟତରେ ନରେଗା ଯୋଜନାରେ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚରେ ପାର୍କ ନିର୍ମାଣ ହୋଇଛି। ବିଭିନ୍ନ ପଞ୍ଚାୟତ ପାଇଁ ଭିନ୍ନ ଭିନ୍ନ ବ୍ୟୟ ଅଟକଳ ହୋଇଥିଲା । ପ୍ରତି ପାର୍କ ପାଇଁ ସର୍ବନିମ୍ନ ୧୦ ଲକ୍ଷ ଖର୍ଚ୍ଚ ଅଟକଳ କରାଯାଇଥିଲା । ଚାରିଗାଁ ପଞ୍ଚାୟତରେ ସର୍ବାଧିକ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଜିଲ୍ଲାରେ ଅନେକ ପାର୍କ ଆରମ୍ଭ ହୋଇଛି ସତ କିନ୍ତୁ କାମ ସରିନି । ଗରଦପୁର ଓ ମହାକାଳପଡା ବ୍ଲକରେ ପାର୍କ ନିର୍ମାଣରେ ଦୁର୍ନୀତି ସବୁଠୁ ଅଧିକ ହୋଇଥିବା ଅଭିଯୋଗ ହୋଇଛି। ଏପରିକି କେତେକ ସ୍ଥାନରେ ପାର୍କ ନହୋଇ ବିଲ୍ ଉଠାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଆଉ ଯେଉଁଠି କିଛି କାମ ହୋଇଛି ସେଠି, ଲୋକ ଚଳପ୍ରଚଳ ଉପଯୁକ୍ତ ନୁହେଁ । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ତତ୍କାଳୀନ ସରକାର ବେଳେ ଏହି ଯୋଜନା ହାତକୁ ନିଆଯାଇଥିଲା । ଜିଲ୍ଲାରେ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଓ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇ ପାରୁନଥିବାବେଳେ ଏତେ ଟଙ୍କାରେ ପାର୍କ କାହା ପାଇଁ ତିଆରି ହେଲା ସେ ନେଇ ପ୍ରଶ୍ନ ଉଠିଛି । 
ଏଭଳି ପାର୍କ କାହା ଉପକାରରେ ଲାଗିଲା ?
ପାର୍କ ନିର୍ମାଣ ଦୁର୍ନୀତିର ତଦନ୍ତ ହେବ କି ?
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe