କନକ ବ୍ୟୁରୋ: ଦେଶରୁ ଦାରିଦ୍ର୍ୟତା ହ୍ରାସ ନେଇ ଅନେକ ବିତର୍କ ହୋଇଛି। ସରକାର ପଦକ୍ଷେପ ତ ନେଉଛନ୍ତି। ଆଉ ଦାରିଦ୍ର୍ୟତା ହ୍ରାସ ମଧ୍ୟ ପାଉଛି। ହେଲେ ଏବେବି କୋଟି କୋଟି ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି। କାରଣ ଏବେବି ଦେଶରେ ୮୦ କୋଟି ଲୋକ ମାଗଣା ରାସନକୁ ଅପେକ୍ଷା କରି ରହୁଛନ୍ତି।
ଦାରିଦ୍ର୍ୟ ଦୂରୀକରଣ ଅଟକି ଯାଇଛି କାଗଜ କଲମରେ। ଏବେ ବି ଦେଶରେ ୮୦ କୋଟି ଲୋକ ମାଗଣା ରାସନକୁ ଅପେକ୍ଷା କରି ରହୁଛନ୍ତି। ଯାହା ଦେଶର ଦାରିଦ୍ର୍ୟର ବିକଳ ଚିତ୍ରକୁ ପଦାରେ ପକାଇଛି। ଓଡ଼ିଶାରେ ବି ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟର କରାଳ କାୟାରେ ଛନ୍ଦି ହୋଇଛନ୍ତି। ନବରଙ୍ଗପୁରର ପଦ୍ମା ପ୍ରଧାନୀଙ୍କ କାହାଣୀ ଏହା ଭିତରୁ ଅନ୍ୟତମ। ୭ ପ୍ରାଣୀ କୁଟୁମ୍ବଙ୍କ ଜୀବନ ଜରିପାଲ ତଳେ ବିତୁଥିବା ବେଳେ ଅନେକ ସମୟରେ ଅର୍ଥ ଅଭାବରୁ ଉପାସରେ ଶୋଇବାକୁ ପଡେ। ଦାରିଦ୍ର୍ୟର ତାଡନାରେ ଛଟପଟ ହେଉଥିବା ପଦ୍ମାଙ୍କ କାହାଣୀ ହିଁ ଓଡ଼ିଶାର ଦାରିଦ୍ର୍ୟକୁ ବଖାଣିବାକୁ ଯଥେଷ୍ଟ।
ଭାରତରେ ଦାରିଦ୍ର୍ୟ କମିଛି ସତ କିନ୍ତୁ ଏବେ ବି ଏହି ସଂଖ୍ୟା କୋଟି କୋଟିରେ ଅଟକିଛି। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦେଶରେ, 
-    ୧୯୯୦ରେ ୧୯୦ ଟଙ୍କାରୁ କମ ଆୟ କରୁଥିବା ଲୋକଙ୍କ ସଂଖ୍ୟା ଥିଲା ୪୩.୧ କୋଟି
-    ୨୦୨୪ରେ ୧୯୦ ଟଙ୍କାରୁ କମ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୧୨.୯ କୋଟି
ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତରେ ଉତ୍କଟ ଦାରିଦ୍ର୍ୟ ୩ ପ୍ରତିଶତରୁ ତଳକୁ ଖସିପାରେ। କିନ୍ତୁ ବିଶ୍ୱରେ ଦାରିଦ୍ର୍ୟ ଦୂରୀକରଣରେ ଭାରତର ଭୂମିକା ବେଶ ଗୁରୁତ୍ବ ବହନ କରିବ। 
-    ୧୯୯୦ରୁ ୨୦୧୩ ମଧ୍ୟରେ ବିଶ୍ବରେ ଉତ୍କଟ ଦାରିଦ୍ର୍ୟ ମାତ୍ରାଧିକ ହ୍ରାସ ପାଇଛି
-    ୨୦୧୩ ପରେ ଦାରିଦ୍ର୍ୟ ହ୍ରାସ ଅହେତୁକ ଭାବେ ଧିମେଇ ଯାଇଛି  
ପ୍ରତିବର୍ଷ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ ହେଉଛି। ବର୍ଷ ତମାମ ଦାରିଦ୍ର୍ୟ ଦୂରୀକରଣ ପାଇଁ ମାଳ ମାଳ ଯୋଜନା କରୁଛନ୍ତି। କିନ୍ତୁ ଦାରିଦ୍ର୍ୟର ଚିତ୍ର ବଦଳିବା ପରିବର୍ତ୍ତେ ଏହା ପ୍ରତିଥର ଚମକାଇ ଦେଉଛି। 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/17/ZxkFFCpF1188Vgw0uUvo.jpg)