ଅନଲାଇନ୍ ଗେମ୍ ଉପରେ ଲାଗିବ ଅଙ୍କୁଶ, ସଂସଦରେ ଗୃହୀତ ହେଲା ବିଲ୍, ଇ-ସ୍ପୋର୍ଟସ ଓ ସକାରତ୍ମକ ଖେଳକୁ ଆଗକୁ ନେବାକୁ ଲକ୍ଷ୍ୟ

ବହୁ ଲୋକ ଅନ ଲାଇନ ଗେମ୍ ଖେଳି ସର୍ବସ୍ୱାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଲୋକ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଉଛନ୍ତି । ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଅନଲାଇନ୍ ଗେମିଂ ବିଲ୍‌- ୨୦୨୫ । ଲୋକସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଲ୍ ଆଗତ କରିଛନ୍ତି ।

44

କନକ ବ୍ୟୁରୋ : ଅନଲାଇନ ଗେମ୍ ଓ ବେଟିଂ ଯୋଗୁ ବହୁ ଜୀବନ ଯାଉଛି । କିଏ ବିପୁଳ ଟଙ୍କା ହରାଇ ଆତ୍ମହତ୍ୟା କରୁଛନ୍ତି ତ କାହାକୁ ଆତ୍ମହତ୍ୟା କରିବା ପାଇଁ ଏକ ପ୍ରକାର ପ୍ରବର୍ତ୍ତାଯାଉଛି । ବିଶେଷକରି ଶିଶୁ ଓ ଯୁବଗୋଷ୍ଠୀ ଏହାର ଶିକାର ହେଉଛନ୍ତି । ବହୁ ଲୋକ ଅନ ଲାଇନ ଗେମ୍ ଖେଳି ସର୍ବସ୍ୱାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଲୋକ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଉଛନ୍ତି । ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଅନଲାଇନ୍ ଗେମିଂ ବିଲ୍‌- ୨୦୨୫ । ଲୋକସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଲ୍ ଆଗତ କରିଛନ୍ତି ।

ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ୍ ଅନଲାଇନ ଗେମିଂ ବିଲ୍‌ର ଲକ୍ଷ୍ୟ ହେଉଛି-

  • ବେଟିଂ ସହିତ ଜଡ଼ିତ ଅନଲାଇନ୍‌ ଟଙ୍କା ଖେଳକୁ ନିଷିଦ୍ଧ କରିବା 
  • ପ୍ରତ୍ୟେକ ଅନଲାଇନ୍ ଗେମକୁ କେନ୍ଦ୍ର ସରକାର ପରିଚାଳନା କରିବେ 
  • ଅନଲାଇନ୍ ମନି ଗେମିଂ, ବିଜ୍ଞାପନ, ଖେଳିବା ପାଇଁ ପ୍ରବର୍ତ୍ତାଇଲେ ଜରିମାନା
     ଜରିମାନା ବ୍ୟବସ୍ଥା ମଧ୍ୟ ଅଛି 
  •  ଇ-ସ୍ପୋର୍ଟସ ଓ ସକାରାତ୍ମକ ଖେଳକୁ ଉତ୍ସାହିତ କରିବା
  •  ପ୍ରଯୁକ୍ତି ବିଦ୍ୟାର ସକାରାତ୍ମକ ଉପଯୋଗ

ଏ ଦିଗରେ ଦୃଷ୍ଟି ରଖିବା ପାଇଁ ଅନଲାଇନ ଗେମିଂ ଅଥରିଟି ଗଠନ କରିବାକୁ ବିଲରେ ବ୍ୟବସ୍ଥା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe